ଇଣ୍ଟରନେଟ୍‌ ସ୍ପିଡ୍‌ରେ ଭାରତ ପଛୁଆ…

ନୂଆଦିଲ୍ଲୀ,୨୪।୧୦: ଭାରତ ବନାମ ପାକିସ୍ତାନ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁକ୍ଷେତ୍ରରେ ପ୍ରତିଯୋଗୀତା ଦେଖିବାକୁ ମିଳିଥାଏ। ଯଦି ଇଣ୍ଟରନେଟ ସ୍ପିଡ ବିଷୟରେ କୁହାଯାଏ, ତେବେ ଭାରତ ଏହି ପ୍ରସଙ୍ଗରେ ପାକିସ୍ତାନଠାରୁ ପଛୁଆ ରହିଛି। ‘ଓକା’ର ସେପ୍ଟେମ୍ବର ୨୦୨୧ ରିପୋର୍ଟ ଅନୁଯାୟୀ, ମୋବାଇଲ ଇଣ୍ଟରନେଟ ସ୍ପିଡ୍‌ର ହାରାହାରି ଡାଉନଲୋଡ ବେଗ ଭାରତରେ ୬୩.୧୫ ଏମ୍‌ବିପିଏସ୍‌ ରହିଛି।

ସେହିପରି ଅପଲୋଡିଂ ସ୍ପିଡ ହେଉଛି ୧୩.୩୭ ଏମ୍‌ବିପିଏସ୍‌। ଏହି ଦୁଇ କାର୍ଯ୍ୟ ମଧ୍ୟରେ ବିଳମ୍ବତା ବା ଲାଣ୍ଟେସିସ୍‌ ୩୬ ଏମ୍‌ଏସ୍‌ ରହିଛି। ଯଦି ଭାରତକୁ ଅନ୍ୟ ଦେଶମାନଙ୍କ ସହିତ ତୁଳନା କରାଯାଏ, ତେବେ ଏହି ତାଲିକାରେ ଥିବା ୧୩୮ ଟି ଦେଶ ମଧ୍ୟରୁ ଭାରତ ୧୨୭ ତମ ସ୍ଥାନରେ ରହିଛି।

ତାଲିକାରେ ଭାରତ ଅପେକ୍ଷା ପଡୋଶୀ ଦେଶ ପାକିସ୍ତାନ ଭଲ ସ୍ଥିତିରେ ଅଛି। ପାକିସ୍ତାନ ଏଥିରେ ୧୧୭ ତମ ସ୍ଥାନ ହାସଲ କରିଛି। ରହିଛି। ଗତ ଅଗଷ୍ଟ ମାସଠାରୁ ପାକିସ୍ତାନ ୩ଟି ସ୍ଥାନ ଆଗୁଆ ରହିଛି। ଅପରପକ୍ଷରେ ଭାରତ ଗତ ମାସ ତୁଳନାରେ ଗୋଟିଏ ସ୍ଥାନ ପଛୁଆ ରହିଛି।

ଭାରତରେ ମୋବାଇଲ୍‌ ଇଣ୍ଟରନେଟ୍‌ ସିଗନାଲ୍‌ ଘୁରି ଘୁରି ଶେଷରେ ବନ୍ଦ ହୋଇ ଯାଉଛି। ଫଳରେ ୟୁଜରମାନେ ଅସୁବିଧାରେ ପଡୁଛନ୍ତି।

ଏହି ତାଲିକାରେ ନେପାଳ ୧୧୦ ତମ ସ୍ଥାନରେ ରହିଛି। ସେହିପରି ଶ୍ରୀଲଙ୍କା ୧୨୮ରେ ରହିଛି। ଶ୍ରେଷ୍ଠ ୫ ମୋବାଇଲ ଇଣ୍ଟରନେଟ ସ୍ପିଡ ଥିବା ଦେଶଗୁଡିକ ମଧ୍ୟରେ :

ୟୁଏଇ – ୨୩୮ ଏମ୍‌ବିପିଏସ୍‌
ଦକ୍ଷିଣ କୋରିଆ – ୨୦୨ ଏମ୍‌ବିପିଏସ୍‌
ନରୱେ – ୧୭୭ ଏମ୍‌ବିପିଏସ୍‌
କତାର – ୧୭୨ ଏମ୍‌ବିପିଏସ୍‌
ଚାଇନା – ୧୬୫ ଏମ୍‌ବିପିଏସ୍‌
ଆଦି ଦେଶ ରହିଛନ୍ତି।

ବ୍ରଡବ୍ୟାଣ୍ଡ ସ୍ପିଡରେ ସେପ୍ଟେମ୍ବର ୨୦୨୧ରେ ହାରାହାରି ଡାଉନଲୋଡ ସ୍ପିଡ ୧୧୩.୨୫ ଏମ୍‌ବିପିଏସ୍‌ ଥିଲା। ସେହିପରି ଅପଲୋଡ ସ୍ପିଡ ଥିଲା ୬୨.୪୫ ଏମ୍‌ବିପିଏସ୍‌ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ବ୍ରଡବ୍ୟାଣ୍ଡ ସ୍ପିଡ୍‌ ଦୃଷ୍ଟିରୁ ୧୮୧ ଦେଶ ମଧ୍ୟରେ ଭାରତ ୭୧ ସ୍ଥାନରେ ରହିଛି। ଏ କ୍ଷେତ୍ରରେ ଭାରତରେ ସ୍ପିଡ୍‌ ୬୪.୦୩ ଏମ୍‌ବିପିଏସ୍‌ ରହିଛି। ବ୍ରଡବ୍ୟାଣ୍ଡ ସ୍ପିଡ୍‌ରେ ଭାରତର ସ୍ଥାନ ନେପାଳ, ପାକିସ୍ତାନ ଏବଂ ଶ୍ରୀଲଙ୍କା ଅପେକ୍ଷା ଭଲ ରହିଛି। ଏହି ତାଲିକାରେ:

ଭାରତ -୭୧ ତମ – ୬୪.୦୩ ଏମ୍‌ବିପିଏସ୍‌
ନେପାଳ ୧୦୮ – ୩୩.୮୭ ଏମ୍‌ବିପିଏସ୍‌
ଶ୍ରୀଲଙ୍କା ୧୨୪ ତମ – ୨୬.୦୮ ଏମ୍‌ବିପିଏସ୍‌
ପାକିସ୍ତାନ – ୧୬୦ତମ – ୧୩.୮୪ ଏମ୍‌ବିପିଏସ୍‌

ସେହିପରି ଶ୍ରେଷ୍ଠ ବ୍ରଡବ୍ୟାଣ୍ଡ ସ୍ପିଡ ଥିବା ଦେଶଗୁଡିକ ମଧ୍ୟରେ:

ମୋନାକୋ – ୨୬୧.୮୨ ଏମ୍‌ବିପିଏସ୍‌
ସିଙ୍ଗାପୁର – ୨୫୫.୮୩ ଏମ୍‌ବିପିଏସ୍‌
ହଂକଂ – ୨୫୪.୭୦ ଏମ୍‌ବିପିଏସ୍‌
ରୋମାନିଆ – ୨୩୨.୧୭ ଏମ୍‌ବିପିଏସ୍‌
ସ୍ବିଜରଲାଣ୍ଡ – ୨୯୯.୯୬ ଏମ୍‌ବିପିଏସ୍‌

ରହିଛି।

Share