Categories: ଜାତୀୟ

ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ପଛରେ ପଡ଼ିଲା ଭାରତ, ଆଗରେ ଚାଇନା…

ନୂଆଦିଲ୍ଳୀ,୭।୭: ପୃଥିବୀର ୧୯୩ ଦେଶକୂ ନେଇ ପ୍ରସ୍ତୁତ କରାଯାଇଥିବା ଶକ୍ତିଶାଳୀ ପାସପୋର୍ଟ ତାଲିକାରେ ଭାରତ ପଛରେ ପଡ଼ିଯାଇଛି। ୨୦୨୧ ହେନଲି ପାସପୋର୍ଟ ଇଣ୍ଡେକ୍ସ୍‌ ର଼୍ୟାଙ୍କିଙ୍ଗ୍‌ରେ ଗତ ବର୍ଷ ତୁଳନାରେ ଭାରତର ପ୍ରଦର୍ଶନ ଖରାପ ରହିଛି। ଭାରତ ଏହି ତାଲିକାରେ ୬ ସ୍ଥାନ ତଳକୁ ଖସି ୯୦ତମ ସ୍ଥାନରେ ରହିଛି। ଗତ ବର୍ଷ ଧରି ଜାପାନ ଏକ ନମ୍ବର ସ୍ଥାନରେ ରହିଛି। ଜାପାନ ପାଖରେ ୧୯୩ ଦେଶର ଫ୍ରି ଆକ୍ସେସ୍‌ ସୁବିଧା ରହିଛି। ସେହିପରି ଦ୍ୱିତୀୟ ସ୍ଥାନରେ ସିଙ୍ଗାପୁର ଅଛି। ସିଙ୍ଗାପୁର ପାଖରେ ୧୯୨ ଦେଶର ଫ୍ରି ଆକ୍ସେସ୍‌ ସୁବିଧା ଅଛି। ତୃତୀୟ ସ୍ଥାନରେ ଜର୍ମାନୀ ଏବଂ ଦକ୍ଷିଣ କୋରିଆ ରହିଛନ୍ତି। ଏହି ଦୁଇ ଦେଶର ପାଖରେ ୧୯୧ ଦେଶର ଫ୍ରି ଆକ୍ସେସ୍‌ ରହିଛି। ସବୁଠାରୁ ଖରାପ ପାସପୋର୍ଟ ଭାବେ ତାଲିକାରେ ଆଫଗାନିସ୍ତାନ, ସିରିଆ, ଇରାକ୍‌ ଏବଂ ପାକିସ୍ତାନ ରହିଛନ୍ତି। ଆମେରିକା ଏବଂ ବ୍ରିଟେନ୍‌ ତାଲିକାର ସପ୍ତମ ସ୍ଥାନରେ ଅଛନ୍ତି। ତାଲିକାର ଶ୍ରେଷ୍ଠ ୧୦ ସ୍ଥାନରେ ୟୁରୋପର ଅଧିକ ଦେଶ ରହିଛନ୍ତି। ପାସପୋର୍ଟ ର଼୍ୟାଙ୍କିଙ୍ଗ୍‌ ଚାଇନା ୨୨ ସ୍ଥାନ ଉପରକୁ ଉଠି ୬୮ ଏବଂ ୟୁଏଇ ୧୫ ସ୍ଥାନ ଉପରକୁ ଉଠି ୬୫ ତମ ସ୍ଥାନରେ ରହିଛନ୍ତି। ସୂଚନାଯୋଗ୍ୟ, ବିନା ଭିଜାରେ ପୃଥିବୀର କେତେ ଦେଶ ବୁଲିବାକୁ ସକ୍ଷମ ଆଧାରରେ ପାସପୋର୍ଟ ର଼୍ୟାଙ୍କିଙ୍ଗ୍‌ ଇଣ୍ଡେକ୍ସ୍‌ ପ୍ରସ୍ତୁତ କରାଯାଇଥାଏ।

Share