Categories: ଖେଳ

ବୁମ୍‌ରା-ସିରାଜଙ୍କୁ ‘ମାଙ୍କଡ’ କହି ସମ୍ବୋଧନ କଲେ ଅଷ୍ଟ୍ରେଲିୟ ଦର୍ଶକ; ଅଭିଯୋଗ କଲା ବିସିସିଆଇ

ସିଡନୀ,୯।୧: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନରେ ଏକ ସମ୍ବେଦନଶୀଳ ଘଟଣା ଘଟିଛି। ଶନିବାର ଜଣେ ଦର୍ଶକ ନିଶାରେ ଭାରତୀୟ ଟିମ୍‌ର ଖେଳାଳି ଜସପ୍ରିତ ବୁମ୍‌ରା ଏବଂ ମହମ୍ମଦ ସିରାଜଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏନେଇ ବିସିସିଆଇ ପକ୍ଷରୁ ଆଇସିସି ମ୍ୟାଚ୍‌ ରେଫରିଙ୍କ ନିକଟରେ ଔପଚାରିକ ଭାବେ ଅଭିଯୋଗ କରାଯାଇଛି।

ବିସିସିଆଇ ମୁତାବକ, ସିଡନୀ କ୍ରିକେଟ ପଡ଼ିଆରେ ଏକ ଷ୍ଟାଣ୍ଡରେ ଉପସ୍ଥିତ ଥିବା ଜଣେ ଦର୍ଶକ ନିଶାରେ ଫିଲ୍ଡିଂ କରୁଥିବା ଦୁଇ ଖେଳାଳିଙ୍କୁ ମାଙ୍କଡ଼ ବୋଲି ସମ୍ବୋଧନ କରିଥିଲେ। ଦିନର ଖେଳ ଶେଷ ହେବା ପରେ ଏନେଇ ଖେଳାଳି, ଅମ୍ପାୟର, ସୁରକ୍ଷାକର୍ମୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଶେଷରେ ଏନେଇ ଔପଚାରିକ ଭାବେ ଅଭିଯୋଗ କରାଯାଇଛି।
ପ୍ରକାଶ ଯେ, ୨୦୦୮ରେ ସିଡନୀ ଟେଷ୍ଟ ସମୟରେ ପୂର୍ବ ଭାରତୀୟ ସ୍ପିନର ହରଭଜନ ସିଂହ ଅନେକ ଥର ମାଙ୍କଡ କହିଥିବା ଆଣ୍ଡ୍ରୁ ସାଇମଣ୍ଡ୍ସ ଦାବି କରିଥିଲେ। ଆଜିର ଏହି ଘଟଣା ଉକ୍ତ ଘଟଣାକୁ ମନେ ପକାଇ ଦେଲା ବୋଲି କୁହାଯାଉଛି।

Share