Categories: ଜାତୀୟ

ବ୍ରିଟେନ୍‌ ରାଷ୍ଟ୍ରଦୂତଙ୍କ ପିଓକେ ଗସ୍ତକୁ ନେଇ ଭାରତ ଖପ୍ପା, ବିଦେଶ ମନ୍ତ୍ରଣାଳୟ କହିଲା- ଏଭଳି ପଦକ୍ଷେପ ଆମ ସୀମାନ୍ତ ଅଖଣ୍ଡତାର ଉଲ୍ଲଂଘନ

ନୂଆଦିଲ୍ଲୀ,୧୩।୧: ପାକିସ୍ତାନରେ ବ୍ରିଟେନ୍‌ ରାଷ୍ଟ୍ରଦୂତ ଜାନେ ମାରିଅଟ୍‌ଙ୍କ ପିଓକେ(ପାକିସ୍ତାନ ଅଧିକୃତ କଶ୍ମୀର) ଯାତ୍ରାକୁ ନେଇ ଭାରତ ଆପତ୍ତି ଉଠାଇଛି। ଏଭଳି ଆଭିମୁଖ୍ୟ ଭାରତର ସଂପ୍ରଭୂତା ଏବଂ ସୀମାନ୍ତ ଅଖଣ୍ଡତାକୁ ଉଲ୍ଲଘଂନ କରିବା ସହ ସମାନ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି।

ଜାନୁଆରୀ ୧୦ରେ ଇସଲାମାବାଦରେ ବ୍ରିଟେନ୍‌ ରାଷ୍ଟ୍ରଦୂତ ଜାନେ ମାରିଅଟ୍‌ ଜଣେ ଅଧିକାରୀଙ୍କ ସହ ପିଓକେ ଯାତ୍ରା କରିଥିଲେ। ଏହି ଯାତ୍ରାକୁ ଭାରତ ବିରୋଧ କରିଛି। ବୈଦେଶିକ ସଚିବ ବିନୟ ମୋହନ କ୍ୱାତ୍ରା ଭାରତରେ ଅବସ୍ଥାପିତ ବ୍ରିଟିଶ ହାଇକମିଶନଙ୍କର ନିକଟରେ ବିଧିବଦ୍ଧ ଭାବେ ଆପତ୍ତି ଜଣାଇଛନ୍ତି।

ଜାନୁଆରୀ ୧୦ରେ ପିଓକେ ଗସ୍ତ ସମ୍ପର୍କରେ ମାରିଅଟ ଫଟୋ ପୋଷ୍ଟ କରି ସୂଚନା ଦେଇଥିଲେ। ସେ କହିଥିଲେ, ‘ମୀରପୁରରୁ ସଲାମ। ବ୍ରିଟେନ ଓ ପାକିସ୍ତାନ ଲୋକଙ୍କ ମଧ୍ୟରେ ହୃଦୟର ସମ୍ପର୍କ ରହିଛି। ୭୦% ବ୍ରିଟିଶ ପାକିସ୍ତାନୀଙ୍କ ମୂଳଦୁଆ ମୀରପୁର ଦେଇ ଯାଇଛି। ଆପଣମାନଙ୍କ ଆତିଥ୍ୟ ପାଇଁ ଧନ୍ୟବାଦ।’ ତେବେ ତାଙ୍କର ଏପରି ଗସ୍ତକୁ ଅନେକ ସୋସିଆଲ ମିଡିଆରେ ସମାଲୋଚନା କରିଥିଲେ।

Share