ଦେଶରେ ୧୫୦ ଦିନରେ ସୁସ୍ଥ ହେଲେଣି ୧୦ ଲକ୍ଷ ସଂକ୍ରମିତ

ନୂଆଦିଲ୍ଲୀ,୩୦।୭: କରୋନା ମହାମାରୀ ଏବେ ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡି ନାହିଁ। ହେଲେ ଦେଶରେ ଯେଉଁପରି ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ସେହିପରି ଭାବେ ଭୟ ବଢି ବଢି ଚାଲିଛି। ତେବେ ଗତ ପ୍ରାୟ ୧୫୦ ଦିନ ମଧ୍ୟରେ ଦେଶରେ ପାଖାପାଖି ୧୦ ଲକ୍ଷ ସଂକ୍ରମିତ ରୋଗୀ ସୁସ୍ଥ ହୋଇଥିବା କୁହାଯାଉଛି। କରୋନା ଭାଇରସ ସଂକ୍ରମଣ ଯୁଦ୍ଧରେ ଏହା ଏକ ଆଶାର ଆଲୋକ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ବୁଧବାର ରାତି ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୮୨,୭୩୦ ଥିବା ବେଳେ ୩୩,୨୩୬ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଏହାସହ ଏବେ ଦେଶରେ ୫,୨୮,୪୫୯ ଜଣଙ୍କର ଚିକିତ୍ସା ଚାଲୁଥିବା କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ।

Share