Categories: ଜାତୀୟ

ଶ୍ରୀଲଙ୍କା ସହ ଭାରତର ତୁଳନା କଲେ ରାହୁଲ

ନୂଆଦିଲ୍ଲୀ,୧୮।୫: ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କା ସହ ଭାରତକୁ ତୁଳନା କର ଚର୍ଚ୍ଚାରେ ରାହୁଲ ଗାନ୍ଧୀ। ଭାରତର ଅର୍ଥନୀତିକୁ ସେ ସମାଲୋଚନା କରି ଗ୍ରାଫ ପୋଷ୍ଟ କରିଛନ୍ତି। ଏଥିରେ ଭାରତ ଓ ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ବେକାରୀ, ତୈଳ ଦର ଓ ସାମ୍ପ୍ରଦାୟିକ ହିଂସା ଘଟଣାର ତୁଳନା କରାଯାଇଛି। ଏହି ୩ ପ୍ରସଙ୍ଗରେ ଉଭୟ ଦେଶର ସ୍ଥିତି ପ୍ରାୟତଃ ସମାନ ରହିଛି। ତେଣୁ ଭାରତରେ ଶ୍ରୀଲଙ୍କା ଭଳି ଆର୍ଥିକ ସଙ୍କଟ ସୃଷ୍ଟି ହୋଇପାରେ ବୋଲି ରାହୁଲ ପରୋକ୍ଷରେ ଇଙ୍ଗିତ କରିଛନ୍ତି। ରାହୁଲ ଗ୍ରାଫ ଟୁଇଟ୍‌ କରି ଲେଖିଛନ୍ତି, ଲୋକଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା କଲେ ମଧ୍ୟ ତଥ୍ୟ ବଦଳିବ ନାହିଁ।

କହିରଖୁଛୁ, ଋଣ ବୋଝରେ ବୁଡ଼ି ରହିଛି ଶ୍ରୀଲଙ୍କା। ଏଥିଲାଗି ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖିବାକୁ ମିଳିଛି। ବିଜୁଳି କାଟ ଓ ପେଟ୍ରୋଲର ଅଭାବ ସ୍ଥିତିକୁ ଆହୁରି ସଙ୍ଗୀନ କରିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ପଦରୁ ମହିନ୍ଦା ରାଜପକ୍ଷ ନିଜର ପଦରୁ ଇସ୍ତଫା ଦେଇଛନ୍ତି। ଏବେ ରନିଲ ବିକ୍ରିମସଂହ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହାସତ୍ତ୍ୱେ ଦେଶର ସ୍ଥିତିରେ କୌଣସି ସୁଧାର ଆସିନାହିଁ।

Share