Categories: ଖେଳ

ଅଲମ୍ପିକ୍ସର ଷଷ୍ଠ ଦିନରେ ଭାରତକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ, ୦୨।୦୮: ପ୍ୟାରିସ ଅଲମ୍ପିକ୍ସ ୨୦୨୪ ର ଷଷ୍ଠ ଦିନରେ ଭାରତକୁ ବଡ଼ ଝଟ୍‌କା ଲାଗିଛି । ବ୍ୟାଡମିଣ୍ଟନ କ୍ଷେତ୍ରରେ ଭାରତର ୩ ମୁକାବିଲା ଥିବା ବେଳେ ନିରାଶ କରିଛନ୍ତି ଦୁଇଥରର ଅଲମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ । ପ୍ରଥମ ମ୍ୟାଚ ସାତ଼୍ବିକସାଇରାଜ ରଙ୍କିରେଡି ଏବଂ ଚିରାଗ ଶେଟ୍ଟୀଙ୍କ ଯୋଡି ମଧ୍ୟରେ ଖେଳା ଯାଇଥିଲା । ଦୁହେଁ ଚମତ୍କାର ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । କିନ୍ତୁ ସେମାନଙ୍କୁ କ୍ୱାର୍ଟର ଫାଇନାଲ ମ୍ୟାଚରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ପ୍ୟାରିସ ଅଲିମ୍ପିକ୍ସରେ ସାତ଼୍ବିକସାଇରାଜ ଏବଂ ଚିରାଗ ଶେଟ୍ଟୀଙ୍କ ଯାତ୍ରା ଶୋଷ ହୋଇଛି । କ୍ୱାର୍ଟର ଫାଇନାଲ ମ୍ୟାଚରେ ପ୍ରଥମ ମ୍ୟାଚ୍‌ ଜିତିବା ପରେ ସେ ବାକି ଦୁଇଟି ମ୍ୟାଚ୍‌ ହାରିଯାଇଥିଲେ । ସାତ଼୍ବିକସାଇରାଜ ଏବଂ ଚିରାଗ ଶେଟ୍ଟୀ ମାଲେସିଆ ଯୋଡିଙ୍କ ମଧ୍ୟରେ ୨୧-୧୩, ୧୪-୨୧ ଏବଂ ୧୬-୨୧ ରେ ମ୍ୟାଚ୍‌ ଶେଷ ହୋଇଥିଲା ।

ବ୍ୟାଡମିଣ୍ଟନର ଦ୍ୱିତୀୟ ମ୍ୟାଚ ଦୁଇ ଭାରତୀୟ ସଟଲର ଲକ୍ଷ୍ୟ ସେନ ଏବଂ ଏଚ.ଏସ ପ୍ରଣୟଙ୍କ ମଧ୍ୟରେ ହୋଇଥିଲା। ଏହି ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚରେ ଲକ୍ଷ୍ୟ ସେନ ସହଜରେ ଜିତିଥିଲେ । ସେ ପ୍ରଥମ ଦୁଇଟି ୨୧-୧୨ ଏବଂ ୨୧-୬ ସୁଦ୍ଧା ଜିତି ମ୍ୟାଚ ଜିତିଥିଲେ । ତୃତୀୟ ମ୍ୟାଚ ପିଭି ସିନ୍ଧୁଙ୍କର ଥିଲା। ସେ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସର ପ୍ରି-କ୍ୱାର୍ଟର ଫାଇନାଲରେ ଚୀନର ଜି ବିଙ୍ଗ ଜିଆଓଙ୍କୁ ଭେଟିଥିଲେ । ଯେଉଁଥିରେ ସେ ପରାଜୟର ସମ୍ମୁଖୀନ ହୋଇଥିଲେ। ୧୯-୨୧, ୧୪-୨୧ର ଏକପାଖିଆ ପରାଜୟପରେ ପିଭି ସିନ୍ଧୁ ପ୍ୟାରିସ ଅଲିମ୍ପିକ୍ସରୁ ବିଦା ହୋଇଛନ୍ତି ।

Share