ସେଞ୍ଚୁରିଆନ,୨୯।୧୨: ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଆନ ଟେଷ୍ଟରେ ପ୍ରଥମ ପାଳି ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଫେଲ ମାରିଛନ୍ତି ଭାରତୀୟ ଦଳର ସିନିୟର ଖେଳାଳି। ପ୍ରଥମ ପାଳିରେ ଖାତା ଖୋଲି ପାରି ନ ଥିବା ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା (୧୬) ଦ୍ୱିତୀୟ ଇନିଂସରେ ବିଫଳ ହୋଇଛନ୍ତି। ତାଙ୍କ ଭଳି ଅଧିନାୟକ ବିରାଟ କୋହଲି (୧୮) ଓ ଅଜିଙ୍କ୍ୟ ରାହାନେ (୨୦) ମଧ୍ୟ ଫେଲ ମାରିଛନ୍ତି। ବରିଷ୍ଠ ଖେଳାଳି ଫେଲ ହେବା ସତ୍ତ୍ୱେ ଟିମ୍ ଇଣ୍ଡିଆ ୪୪ ଓଭରରେ ୭ ଉଇକେଟ ହରାଇ ୧୪୬ ରନ୍ କରିଛି। ଫଳରେ ବର୍ତ୍ତମାନ ସୁଦ୍ଧା ମ୍ୟାଚ୍ରେ ୨୭୬ ରନ୍ର ଅଗ୍ରଣୀ ହାସଲ କରିଛି ଭ୍ରମଣକାରୀ ଦଳ। ଏବେ ରିଷଭ ପନ୍ତ ୧୮ ଏବଂ ରବିଚନ୍ଦ୍ରନ ଅଶ୍ୱିନ (୧୩) ଅପରାଜିତ ଅଛନ୍ତି।