ହାମିଲଟନ,୨୨।୩: ଚଳିତ ମହିଳା ଦିନିକିଆ ବିଶ୍ୱକପ୍ରେ ବାଂଲାଦେଶ ବିପକ୍ଷ କର ବା ମର ମ୍ୟାଚ୍ରେ ଭଲ ଆରମ୍ଭ ମିଳିବା ପରେ ଟିମ୍ ଇଣ୍ଡିଆ ଲଗାତାର ୩ ଉଇକେଟ ହରାଇଛି। ସ୍ମ୍ରିତି ମନ୍ଧାନା (୩୦ ରନ୍, ୩ ଚୌକା) ଏବଂ ଶେଫାଳି ବର୍ମା (୪୨ ରନ୍, ୬ ଚୌକା ଏବଂ ୧ ଛକା) ପ୍ରଥମ ଉଇକେଟ ପାଇଁ ୧୫ ଓଭରରେ ୭୪ ରନ୍ ଯୋଡ଼ିଥିଲେ। ଏହାପରେ ଭାରତୀୟ ଦଳ ୫ ବଲରେ ୩ ଉଇକେଟ ହରାଇ ସଙ୍କଟରେ ପଡ଼ିଛି।
୧୫ତମ ଓଭରର ଅନ୍ତିମ ବଲରେ ସ୍ମ୍ରିତି ଆଉଟ୍ ହୋଇଥିବା ବେଳେ ୧୬ତମ ଓଭରର ୩ୟ ବଲରେ ଷ୍ଟମ୍ପ ଆଉଟ୍ ହୋଇଥିଲେ ଶେଫାଳି। ପରବର୍ତ୍ତୀ ବଲରେ ଖାତା ଖୋଲିବା ପୂର୍ବରୁ ପ୍ରଥମ ବଲରେ ଆଉଟ୍ ହୋଇ ପ୍ୟାଭିଲିଅନ ଫେରିଥିଲେ ଅଧିନାୟିକା ମିଥାଲି ରାଜ। ଏବେ ଭାରତୀୟ ଦଳ ୧୮ ଓଭରରେ ୩ ଉଇକେଟ ହରାଇ ୭୯ ରନ୍ କରିଛି। ବାମହାତୀ ବ୍ୟାଟର ୟଶତିକା ଭାଟିଆ (୩) ଏବଂ ହରମନପ୍ରୀତ କୌର (୦) କ୍ରିଜ୍ରେ ଅଛନ୍ତି।