Categories: ଜାତୀୟ

ଦାରିଦ୍ର୍ୟକୁ ହରାଇଛି ଭାରତ, କହିଲା ଆଇଏମ୍‌ଏଫ୍‌…

ଓ୍ବାଶିଂଟନ, ୭।୪ : ଭାରତରେ, ଅତ୍ୟଧିକ ଦାରିଦ୍ର୍ୟରେ ଜୀବନ ବିତାଉଥିବା ଲୋକଙ୍କ ସଂଖ୍ୟା କମିଛି। ଭାରତ ଦାରିଦ୍ର୍ୟକୁ ହରାଇଛି ବୋଲି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭାରତ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ୪୦ ବର୍ଷ ମଧ୍ୟରେ ଉପଭୋକ୍ତା ଅସମାନତାକୁ ସର୍ବନିମ୍ନ ସ୍ତରରେ ପହଞ୍ଚାଇଛି।

ଅର୍ଥନୀତିଜ୍ଞ ସୁରଜିତ ଭାଲା, ଅରବିନ୍ଦ ବିରମଣି ଏବଂ କରଣ ଭାସିନଙ୍କ ଦ୍ୱାରା ଲେଖାଯାଇଥିବା ଆଇଏମଏଫ ୱାର୍କିଂ ପେପରରେ କୁହାଯାଇଛି ଯେ ଅତ୍ୟଧିକ ଦାରିଦ୍ରରେ ଜୀବନ ବିତାଉଥିବା ଲୋକଙ୍କ ଅନୁପାତ ଭାରତରେ ଏକ ପ୍ରତିଶତରୁ କମ ରହିଛି।

ମହାମାରୀ ସମୟରେ ମଧ୍ୟ ଏହା ସ୍ଥିର ରହିଥିଲା। ବିଶ୍ୱବ୍ୟାଙ୍କର୧.୯ ଡଲାର କିମ୍ବା ତା’ଠାରୁ କମ ପର୍ଚେସିଙ୍ଗ୍‌ ପାଓ୍ବାର ପାରିଟି (ପିପିପି) ସର୍ତ୍ତାବଳୀରେ ଲୋକଙ୍କ ସଂଖ୍ୟା ପ୍ରାକ-ମହାମାରୀ ୨୦୧୯ ବର୍ଷରେ ଜନସଂଖ୍ୟାର ୦.୮ ପ୍ରତିଶତ ଥିଲା। ୨୦୨୨ ଏପ୍ରିଲ ୫ରେ ପ୍ରକାଶିତ ଆଇଏମଏଫ ପେପରରେ ଏସମ୍ପର୍କରେ ଦର୍ଶାଯାଇଛି।

ଦାରିଦ୍ର୍ୟସ୍ତର ଉତ୍କଟ ନହେବା ଏବଂ ୨୦୨୦ରେ ମହାମାରୀ ସମୟରେ ଏହା ସେହି ନିମ୍ନ ସ୍ତରରେ ସ୍ଥିର ରହିବା ପାଇଁ ଖାଦ୍ୟ ରାଶନ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏଥିରେ ଉଲ୍ଲେଖ କରାଯାଇଛି।

ଏହି ଫଳାଫଳ ମଧ୍ୟ ଭାରତର ଖାଦ୍ୟ ସବସିଡି କାର୍ଯ୍ୟକ୍ରମର ବିସ୍ତାର ଦ୍ୱାରା ପ୍ରଦାନ କରାଯାଇଥିବା ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମକୁ ଦର୍ଶାଉଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share