କେପ୍ ଟାଉନ,୨୩।୧: ସମ୍ମାନ ବଞ୍ଚାଇବା ପାଇଁ ୨୮୮ ରନ୍ର ବିଜୟଲକ୍ଷ୍ୟର ପିଛା କରୁଥିବା ଟିମ୍ ଇଣ୍ଡିଆକୁ ଶିଖର ଧାଓ୍ବନ ଓ ବିରାଟ କୋହଲି ଭଲ ଆରମ୍ଭ ଦେଇଥିଲେ। ଦୁହେଁ ୯୮ ରନ୍ ଯୋଡ଼ିବା ପରେ ଭାରତ ଗୋଟିଏ ଓଭରରେ ହରାଇଛି ଦୁଇଟି ଉଇକେଟ। ୨୩ତମ ଓଭରରେ ଆଣ୍ଡିଲେ ଫେଲୁକ୍ୱାୟୋଙ୍କ ଓଭରରେ ପ୍ରଥମେ ଆଉଟ୍ ହୋଇଥିଲେ ଧାଓ୍ବନ (୬୧ ରନ୍, ୫ ଚୌକା ଓ ୧ ଛକା)। ଅର୍ଦ୍ଧଶତକ ପୂରଣ କରିସାରିଥିବା ଧାଓ୍ବନ ଷ୍ଟେପ୍ ଆଉଟ୍ କରି ମାରିବାକୁ ଯାଇ ଉଇକେଟକିପର କୁଇଣ୍ଟନ ଡି’କକ୍ଙ୍କ ହାତରେ ଧରା ପଡ଼ିଥିଲେ। ତା’ ପରେ ବ୍ୟାଟିଂ ଆସିଥିବା ରିଷଭ ପନ୍ତ ପ୍ରଥମ ବଲରେ ବେପରୁଆ ଶଟ୍ ଖେଳି କ୍ୟାଚ୍ ଆଉଟ୍ ହୋଇ ପ୍ୟାଭିଲିଅନ ଫେରିଥିଲେ। ଫଳରେ ରିପୋର୍ଟ ଲେଖା ହେବା ସୁଦ୍ଧା ୨୩ ଓଭରରେ ୩ ଉଇକେଟ ହରାଇ ୧୧୮ ରନ୍ କରିଛି। ଟିମ୍ ଇଣ୍ଡିଆକୁ ଜିତିବା ପାଇଁ ୨୭ ଓଭରରେ ୧୭୦ ରନ୍ ଦରକାର। ଏବେ କୋହଲି ୫୦ (୪ ଚୌକା) ଓ ଶ୍ରେୟାସ ଆୟାର ୧ ରନ୍ କରି ଖେଳୁଛନ୍ତି।