Categories: ଖେଳ

ରୋମାଞ୍ଚକର ସ୍ଥିତିରେ ଢାକା ଟେଷ୍ଟ: ୫୦ ନପୂରୁଣୁ ୪ ଉଇକେଟ ହରାଇଲା ଭାରତ

ଢାକା,୨୪।୧୨: ରେମାଞ୍ଚକର ସ୍ଥିତିରେ ପହଞ୍ଚିଛି ଢାକା ଟେଷ୍ଟ। ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତକୁ ବିଜୟ ଲାଗି ୧୪୫ ରନ୍‌ର ଟାର୍ଗେଟ ମିଳିଛି। ତେବେ ଶନିବାର ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍‌ ୪ ଉଇକେଟ ହରାଇ ୪୫ ରନ୍‌ କରିଛି। ଏବେ ବି ବିଜୟ ଲାଗି ଦଳକୁ ୧୦୦ ରନ୍‌ର ଆବଶ୍ୟକତା ରହିଛି। ଜୟଦେବ ଉନାଦକଟ(୩) ଏବଂ ଅକ୍ଷର ପଟେଲ(୨୩) ରନ୍‌ କରି ମଇଦାନରେ ଅଛନ୍ତି।

ପ୍ରକାଶ ଯେ, ବାଲାଂଦେଶ ପ୍ରଥମ ଇନିଂସରେ ୨୨୭ ରନ୍‌ କରିଥିବା ବେଳେ ଭାରତ ୩୧୪ ରନ୍‌ କରିଥିଲା। ପରେ ବାଲାଂଦେଶ ଦ୍ୱିତୀୟ ଇନିଂସରେ ୨୩୧ରେ ଅଲଆଉଟ୍‌ ହୋଇଥିଲା। ଫଳରେ ଭାରତକ ୧୪୫ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

Share