ସିଡନୀ,୨୯।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ଘରୋଇ ଦଳ ୫୧ ରନରେ ବିଜୟ ହାସଳ କରିଛି। ଅଷ୍ଟ୍ରେଲିଆ ତିନିମ୍ୟାଚ ବିଶିଷ୍ଟ ସିରିଜରେ ଗୋଟିଏ ମ୍ୟାଚ ବାକି ଥାଇ ୨-୦ରେ ଆଗୁଆ ଜିତି ନେଇଛି। ଅଷ୍ଟ୍ରେଲିଆ ଷ୍ଟିଭ ସ୍ମିଥଙ୍କ ବିସ୍ଫୋରକ ଶତକ ଏବଂ ୪ ବ୍ୟାଟ୍ସମ୍ୟାନଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୪ ଉଇକେଟ ହରାଇ ୩୮୯ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଭାରତ ୯ ୱିକେଟ ହରାଇ ୩୩୮ ରନ କରିବାକୁ ସକ୍ଷମ ହୋଇଛି। ୩୯୦ରନର୍ ବିଶାଳ ଲକ୍ଷ୍ୟକୁ ପିଛା କରି ଭାରତ ପ୍ରାରମ୍ଭିକ ଉଇକେଟ୍ ହରାଇ ଥିଲା। କିନ୍ତୁ ଅଧିନାୟକ ବିରାଟ କୋହଲି ଶ୍ରେୟସ ଆୟାରଙ୍କ ସହ ମିଶି ପାଳି ସମ୍ଭାଳି ଥିଲେ। କୋହଲି ୮୭ ବଲରେ ୭ ଚୌକା ଓ ୨ ଛକା ସହ ୮୯ ରନ କରି ଶତକରୁ ବଞ୍ଚିତ ହୋଇଥିଲେ। ଲୋକେଶ ରାହୁଲ ୭୬ (୬୬ ବଲ, ୪ ଚୌକା, ୫ ଛକା) ରନ କରି ଆଉଟ ହେବା ପରେ ଟିମର ଆଶା ଧୂଳିସାତ୍ ହୋଇଯାଇଥିଲା। ଭାରତ ପକ୍ଷରୁ ଶିଖର ଧୱନ (୩୦) ଓ ମୟଙ୍କ ଅଗ୍ରୱାଲ (୨୮)ରବୀନ୍ଦ୍ର ଜାଡେଜା ୧୧ ବଲରେ ଦ୍ରୁତ ୨୪ (୧ ଚୌକା, ୨ ଛକା) ରନ କରିଥିବା ବେଳେ ହାର୍ଦ୍ଦିକ ୨୮ ରନ କରି ଆଉଟ ହୋଇଥିଲେ।