Categories: ଖେଳ

ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶକୁ ୩ ଓ୍ବିକେଟରେ ହରାଇଲା ଭାରତ…

ଢାକ୍କା,୨୫।୧୨ : ଦୁଇଟିକିଆ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ବାଂଲାଦେଶକୁ ତିନି ୱିକେଟରେ ପରାସ୍ତ କରିଛି। ମ୍ୟାଚର ଚତୁର୍ଥ ଦିନରେ ରବିବାର ୭ ୱିକେଟ ହରାଇବା ସହିତ ଭାରତ ୧୪୫ ରନର ଲକ୍ଷ୍ୟ ହାସଲ କରିଥିଲା। ସପ୍ତମ ୱିକେଟ ପାଇଁ ଅର୍ଦ୍ଧ ଶତକ ସହଭାଗୀତା କରି ଶ୍ରେୟସ ଆୟର ଏବଂ ରବିଚନ୍ଦ୍ରନ ଅଶ୍ୱିନ ଟିମ ଇଣ୍ଡିଆକୁ ବିଜୟ ପ୍ରଦାନ କରିଥିଲେ। ଏହା ସହ ଭାରତ ଦୁଇ ମ୍ୟାଚ ବିଶିଷ୍ଟ ସିରିଜରେ ବାଂଲାଦେଶକୁ ୨-୦ ପରାଜିତ କରି ସିରିଜ ଜିତିଛି।

ତୃତୀୟ ଦିନରେ ଖେଳ ଶେଷରେ ଭାରତ ଚାରି ଓ୍ବିକେଟ ହରାଇ ୪୫ ରନ କରିଥିଲା। ଜିତିବା ପାଇଁ ଟିମ୍‌ ଇଣ୍ଢିଆକୁ ଆଉ ୧୦୦ରନ ସ୍କୋରର ଆବଶ୍ୟକ ଥିଲା। ଯେତେବେଳେ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଏବଂ ମେହିଡି ହାସନ ମିରାଜ ମିଳିତ ଭାବେ ଆଉ ତିନିଟି ୱିକେଟ ନେଇଥିଲେ ସେତେବେଳେ ଲାଗୁଥିଲା ଯେ ଟିମ ଇଣ୍ଡିଆ ହାରିଯିବ। କିନ୍ତୁ ଶ୍ରେୟସ ଆୟର ଏବଂ ରବିଚନ୍ଦ୍ରନ ଅଶ୍ୱିନ ଏହା କରିବାକୁ ଦେଇ ନଥିଲେ। ଉଭୟଙ୍କର ଅର୍ଦ୍ଧ ଶତକର ସହଭାଗୀତା ଟିମ ଇଣ୍ଡିଆ ସରିଜ ଜିତି ନେଇଥିଲା।

Share