Posted inଖେଳ

ସଡନ୍‌ ଡେଥ୍‌ରେ ହାରିଲା ଭାରତ, ଜର୍ମାନୀକୁ ଅଲିମ୍ପିକ୍ସ ଯୋଗ୍ୟତା

ରାଞ୍ଚି,୧୮ା୧: ରାଞ୍ଚିରେ ଅନୁଷ୍ଠିତ ମହିଳା ହକି ଅଲିମ୍ପିକ୍ସ କ୍ୱାଲିଫାୟର୍ସ ସେମି ଫାଇନାଲରେ ଜର୍ମାନୀ ନିକଟରୁ ସଡନ ଡେଥ୍‌ରେ ପରାଜିତ ହୋଇଛି ଭାରତ। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ୨-୨ରେ ରହିବା ପରେ ପେନାଲ୍ଟି ଶୁଟ୍‌ଆଉଟ୍‌କୁ ଖେଳ ଯାଇଥିଲା ପେନାଲ୍ଟି ଶୁଟ ଆଉଟରେ ମଧ୍ୟ ମ୍ୟାଚ୍‌ ୩-୩ରେ ରହିଥିଲା। ପରେ ସଡନ୍‌ ଡେଥ୍‌ରେ ଭାରତ ୧-୦ରେ ପରାଜିତ ହୋଇଥିଲା। ଏହି ବିଜୟ ସହ ଜର୍ମାନୀ ପ୍ୟାରିସ୍‌ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଭାରତ ନିକଟରେ ଆଉ ଏକ ସୁଯୋଗ ରହିଛି। ତୃତୀୟ ସ୍ଥାନ ପ୍ଲେ ଅଫ୍‌ ମ୍ୟାଚ୍‌ ଜିତିଲେ ଭାରତ ଯୋଗ୍ୟତା ଅର୍ଜନ କରିବ।

ଭାରତ ପକ୍ଷରୁ ଦୁଇଟି ଯାକ ଗୋଲ ପେନାଲ୍ଟି କର୍ନରରୁ ସ୍କୋର ହୋଇଥିଲା। ପ୍ରଥମ କ୍ୱାର୍ଟରରେ ଦୀପିକା ୧୫ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟରର ୨୭ ତମ ମିନିଟରେ ଜର୍ମାନୀ ପକ୍ଷରୁ ଚାର୍ଲୋଟ ଷ୍ଟାପେନହର୍ଷ୍ଟ ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ତୃତୀୟ କ୍ୱାର୍ଟର ଗୋଲ ଶୂନ୍ୟ ରହିବା ପରେ ଚତୁର୍ଥ କ୍ୱାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ମ୍ୟାଚ୍‌ ଶେଷ ହେବାକୁ ୩ ମିନିଟ ରହିଥିବା ବେଳେ ଚାର୍ଲୋଟ ଷ୍ଟାପେନହର୍ଷ୍ଟ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇଥିଲେ। ଏହାର ୧ ମିନିଟ ମଧ୍ୟରେ ଭାରତ ପକ୍ଷରୁ ଇଶିକା ଚୌଧାରୀ ପେନାଲ୍ଟି କର୍ନରରୁ ଗୋଲ ସ୍କୋର କରି ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ପେନାଲ୍ଟି ଶୁଟଆଉଟରେ ଭାରତ ପକ୍ଷରୁ ସଙ୍ଗୀତା, ସୋନିକା ଓ ଲାଲରେମସିଆମି ସ୍କୋର କରିଥିବା ବେଳେ ନବନୀତ କୌର ଓ ନେହା ମିସ୍‌ କରିଥିଲେ। ତେବେ ସଡନଡେଥ୍‌ ଟାଇବ୍ରେକରେ ଉଭୟ ସଙ୍ଗୀତା ଓ ସୋନିକା ମିସ୍‌ କରିଥିବା ବେଳେ ଜର୍ମାନୀ ପକ୍ଷରୁ ନୋଲ୍‌ଟେ ବିଜୟ ସୂଚକ ଗୋଲଟି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri