Categories: ଖେଳ

ବିଶ୍ୱ ରେକର୍ଡ ସୃଷ୍ଟି କରିବାର ସୁଯୋଗ ହରାଇଲା ଭାରତ

ନୂଆଦିଲ୍ଲୀ,୧୦।୬: ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟିମ ଇଣ୍ଡିଆକୁ ୭ ଉଇକେଟରେ ପରାସ୍ତ କରିଛି। ଏହି ଲଜ୍ଜାଜନକ ପରାଜୟ ସହିତ ଟିମ ଇଣ୍ଡିଆ ଏକ ବଡ଼ ବିଶ୍ୱ ରେକର୍ଡ ସୃଷ୍ଟି କରିବାର ସୁଯୋଗ ହରାଇଛି। ଯଦି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳ ଏହି ମ୍ୟାଚ ଜିତିଥାନ୍ତା, ତା’ହେଲେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ କ୍ରମାଗତ ୧୩ଟି ବିଜୟ ହାସଲ କରିବାରେ ଏହା ବିଶ୍ୱର ପ୍ରଥମ ଦଳ ହୋଇଥାନ୍ତା। କିନ୍ତୁ ଦକ୍ଷିଣ ଆଫ୍ରିକା ଟିମ ଇଣ୍ଡିଆର ଏହି ସ୍ବପ୍ନକୁ ଭାଙ୍ଗି ଦେଇଛି।
ଏହି ପରାଜୟ ପରେ ଆଫଗାନିସ୍ତାନ ଏବଂ ରୋମାନିଆର ଦଳ ସହିତ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ କ୍ରମାଗତ ୧୨-୧୨ ବିଜୟ ହାସଲ କରିଛି ଭାରତ। ଏହି ରେକର୍ଡ ବର୍ତ୍ତମାନ ମିଳିତ ଭାବରେ ଏହି ତିନୋଟି ଦଳର ନାମରେ ଅଛି।
ଆଫଗାନିସ୍ତାନ ଫେବୃଆରୀ ୧୨ରୁ ସେପ୍ଟେମ୍ବର ୨୦୧୯ ମଧ୍ୟରେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ବିଶ୍ୱରେକର୍ଡ ସୃଷ୍ଟି କରି କ୍ରମାଗତ ୧୨ଟି ମ୍ୟାଚ ଜିତିଛି। ଅକ୍ଟୋବର ୨୦୨୦ରୁ ସେପ୍ଟେମ୍ବର ୨୦୨୧ମଧ୍ୟରେ ରୋମାନିଆ କ୍ରମାଗତ ୧୨ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଜିତିଛି।

Share