Categories: ଖେଳ

ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ହାରିଲା ଭାରତ

ପର୍ଥ,୧୩।୧୦: ଭାରତ ଏବଂ ପଶ୍ଚିମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଗୁରୁବାର ଖେଳାଯାଇଥିବା ଏହି ଅଭ୍ୟାସ ମ୍ୟାଚରେ ଭାରତୀୟ ଦଳ ୩୬ ରନରେ ପରାସ୍ତ ହୋଇଛି। ୧୬୯ ରନର ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ କେବଳ ୧୩୨ ରନ ସ୍କୋର କରିପାରିଥିଲା। ଭାରତ ପାଇଁ କେ.ଏଲ ରାହୁଲ ୫୫ ବଲରେ ୭୪ ରନର ଇନିଂସ ଖେଳିଥିଲେ ହେଁ ସେ ଭାରତକୁ ଜିତାି ପାଇପାରି ନ ଥିଲେ।
ବିଶ୍ୱକପ ପୂର୍ବରୁ ପଶ୍ଚିମ ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚରେ ପରାଜୟ ଭାରତ ପାଇଁ ଏକ ବଡ ଝଟକା। ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ, କେ.ଏଲ ରାହୁଲଙ୍କ ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ କରିପାରି ନ ଥିଲେ। ଭାରତୀୟ ଦଳର ସ୍ପିନର ଆର ଅଶ୍ୱିନ ୪ ଓଭରରେ ୩ ଉଇକେଟ ନେଇଥିଲେ।

Share