Categories: ଖେଳ

ଆଫଗାନିସ୍ତାନକୁ ହରାଇଲା ଭାରତ

ନୂଆଦିଲ୍ଲୀ,୧୧ା୧୦: ଚଳିତ ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ୍‌ ମ୍ୟାଚ୍‌ ବୁଧବାର ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌ରେ
ଭାରତ ୮ ଉଇକେଟ୍‌ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୨୭୨ ରନ୍‌ କରିଥିବା ବେଳେ ଭାରତ ସମ୍ମୁଖରେ ୨୭୩ ରନ୍‌ର ବିଜୟ ଟାର୍ଗେଟ ଦେଇଥିଲା। ତେବେ ଭାରତ ମାତ୍ର ଦୁଇ ଉଇକେଟ୍‌ ହରାଇ ବୃହତ ବିଜୟ ହାସଲ କରିଛି। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ୬୫ ବଲ୍‌ରେ ଶତକ ହାସଲ କରି ରେକର୍ଡ ସୃଷ୍ଟି କରିବା ସହ ବିରାଟ କୋହଲି ୫୫ ରନ୍‌ ଏବଂ ଇଶାନ କିଷନ ୪୭ ରନ୍‌ କରି ୩୩ ଓଭରରେ ୨ ଓ୍ବିକେଟ୍‌ ହରାଇ ଦଳକୁ ବିଜୟର ସ୍ବାଦ ଚଖାଇଛନ୍ତି।

Share