Categories: ଖେଳ

ବେଲଜିୟମକୁ ହରାଇଲା ଭାରତ

ଲଣ୍ଡନ, ୩ା୬ (ପି.ଟି.): ୟୁରୋପ ପର୍ଯ୍ୟାୟ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି ପ୍ରତିଯୋଗିତାରେ ଶୁକ୍ରବାର ବେଲଜିୟମକୁ ୫-୧ ଗୋଲ୍‌ରେ ପରାସ୍ତ କରିଛ ଭାରତ। ପ୍ରତିଯୋଗିତାରେ ପଛକୁ ପଛ ଦୁଇଟି ମ୍ୟାଚ ହାରିଯିବା ପରେ ଦଳର ଏହା ହେଉଛି ପ୍ରଥମ ବିଜୟ। ମିଡ୍‌ଫିଲ୍ଡର ବିବେକ ସାଗର ପ୍ରସାଦ ଖେଳର ପ୍ରଥମ ମିନିଟ୍‌ରେ ଗୋଲ ସ୍କୋର କରି ଭାରତକୁ ଅଗ୍ରଣୀ କରାଇଥିଲେ। ପରେ ହରମନପ୍ରୀତ (୨୦ତମ ଓ ୨୯ତମ ମିନିଟ୍‌) ପେନାଲ୍ଟି କର୍ନରରୁ ଦୁଇଟି ଗୋଲ୍‌ ଦେଇଥିଲେ। ଭାରତ ଅନ୍ୟ ଦୁଇଟି ଗୋଲ୍‌ ଅମିତ ରୋହି ଦାସ (୨୮ତମ) ଓ ଦିଲପ୍ରୀତ ସିଂ (୫୯ତମ) ଜରିଆରେ ସ୍କୋର କରିଥିଲା। ବେଲଜିୟମ ପକ୍ଷରୁ ଏକମାତ୍ର ଗୋଲ୍‌ ଚତୁର୍ଥ କ୍ୱାର୍ଟର ଖେଳର ପ୍ରଥମ ମିନିଟ୍‌ରେ ଓ୍ବିଲିୟମ ଘିସ୍‌ଲେନ୍‌ (୪୫ତମ) ଦେଇଥିଲେ। ୟୁରୋପ ଗସ୍ତ ପୂର୍ବରୁ ଭାରତ ପ୍ରୋ-ଲିଗ୍‌ ଟେବୁଲ ଟପ୍ପର ରହିଥିଲା। ଦଳ ମେ ୨୬ରେ ବେଲଜିୟମ ବିପକ୍ଷ ଏହାର ଓପନିଂ ଗେମ୍‌ ୧-୨ ଏବଂ ପରଦିନ ଗ୍ରେଟ୍‌ ବ୍ରିଟେନଠାରୁ ୨-୪ ଗୋଲ୍‌ରେ ପରାସ୍ତ ହୋଇଥିଲା। ଭାରତ ଶନିବାର ପୁନର୍ବାର ଗ୍ରେଟ୍‌ ବ୍ରିଟେନକୁ ଭେଟିବ।

Share