Categories: ଖେଳ

ଭାରତ ୧୨-୦ରେ ଭୁଟାନକୁ ହରାଇଲା

ଢାକା, ୪।୨(ପି.ଟି.): ବଦଳ ଖେଳାଳିଭାବେ ଆସିଥିବା ତିନି ଖେଳାଳିଙ୍କ ହ୍ୟାଟ୍ରିକ ସହାୟତାରେ ଭାରତ ଏଠାରେ ଚାଲିଥିବା ୨୦ ବର୍ଷରୁ କମ୍‌ ମହିଳା ସାଫ୍‌ ଚାମ୍ପିୟନଶିପ୍‌ର ଶୁକ୍ରବାର ଅନୁଷ୍ଠିତ ଏକ ମ୍ୟାଚରେ ଭୁଟାନକୁ ୧୨-୦ ଗୋଲରେ ପରାସ୍ତ କରିଛି। ଭାରତର ଏହା ପ୍ରଥମ ମ୍ୟାଚ ଥିଲା। ଖେଳ ଆରମ୍ଭ ସମୟରେ ରିଜର୍ଭ ଖେଳାଳିଭାବେ ବେଞ୍ଚ୍‌ରେ ଥିବା ନେହା (୪୫+୨, ୫୫ ଓ ୯୦ତମ), ଅନିତା କୁମାରୀ (୫୦, ୬୯ ଓ ୭୮ତମ) ଏବଂ ଲିନ୍‌ଡା କୋମ୍‌ (୬୧, ୬୩ ଓ ୭୫ତମ) ତିନୋଟି ଲେଖାଏ ଗୋଲ ଦେଇ ଭାରତକୁ ବୃହତ୍‌ ବିଜୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅପୂର୍ଣ୍ଣା ନାର୍ଜି ୨୯ ଓ ୩୬ତମ ମିନିଟରେ ୨ଟି ଏବଂ ନିତୁ ଲିନ୍‌ଡା ୪୩ତମ ମିନିଟରେ ଗୋଟିଏ ଗୋଲ ସ୍କୋର କରିଥିଲେ। ଭାରତ ପରବର୍ତ୍ତୀ ମ୍ୟାଚରେ ରବିବାର ବାଂଲାଦେଶକୁ ଭେଟିବ।

Share