Categories: ଜାତୀୟ

ଭାରତ ବିଶ୍ୱକପ ହାରିଲା କାରଣ ମ୍ୟାଚ୍ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଦିନରେ ଥିଲା: ହିମନ୍ତ ବିଶ୍ୱ ଶର୍ମା

ନୂଆଦିଲ୍ଲୀ,୨୨।୧୧: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଦିନିକିଆ ବିଶ୍ୱକପ ହାରିଲା କାରଣ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଦିବସରେ ମ୍ୟାଚ୍ ଥିଲା। ବୁଧବାର ଏପରି କହି କଂଗ୍ରେସକୁ ଜବାବ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।

“ଲିଗ ପର୍ଯ୍ୟାୟରେ ଆମେ ସମସ୍ତ ମ୍ୟାଚରେ ଜିତିଥିଲୁ କିନ୍ତୁ ଫାଇନାଲ ହାରିଗଲୁ। ମୁଁ କାହିଁକି ମ୍ୟାଚ୍ ହାରିଗଲି ବୋଲି ପଚାରିଲି ଏବଂ ମୁଁ ଜାଣିବାକୁ ପାଇଲି ଯେ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଦିନରେ ବିଶ୍ୱକପ ଫାଇନାଲ ଖେଳାଯାଇଥିଲା। ଆମେ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଦିନରେ ବିଶ୍ୱକପ ଫାଇନାଲ ଖେଳିଥିଲୁ ଏବଂ ଏଥିପାଇଁ ଦେଶ ବିଫଳ ହୋଇଛି” ବୋଲି ସେ କହିଛନ୍ତି।

ଏହା ସହିତ ହିମନ୍ତ କହିଛନ୍ତି, “ମୋର ବିସିସିଆଇ ପକ୍ଷରୁ ଏକ ଅନୁରୋଧ ଅଛି। ଦୟାକରି ଭାରତ ସେହି ଦିନ ଖେଳିବା ଉଚିତ୍ ନୁହେଁ, ଯାହା ଗାନ୍ଧୀ ପରିବାର ସଦସ୍ୟଙ୍କ ଜନ୍ମଦିନ ଅଟେ। ମୁଁ ବିଶ୍ୱକପ ଫାଇନାଲରୁ ଏହା ଶିଖିଛି”।

ତେବେ ନଭେମ୍ବର ୧୯ ରେ ଅନୁଷ୍ଠିତ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍‌ରେ ଭାରତର ପରାଜୟ ବରଣ କରିଥିଲା। ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ପନୋତି’ ବୋଲି କହିଥିଲେ ଏବଂ ମୋଦି ଷ୍ଟାଡିୟମରେ ପ୍ରବେଶ କରିବା ଦ୍ୱାରା ଭାରତ ମ୍ୟାଚ୍ ହାରିଯାଇଥିବା ଅଭିଯୋଗ କରିଥିଲେ।

ତେବେ ମ୍ୟାଚ୍ ଦିନ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଫାଇନାଲରେ ଯୋଗ ଦେଇଥିଲେ। ଭାରତର ପରାଜୟ ପରଠାରୁ ‘ପନୋତି’ ଶବ୍ଦ ଇଣ୍ଟରନେଟରେ ଟ୍ରେଣ୍ଡ କରୁଛି।

Share