Categories: ଜାତୀୟ

ଭାଜପା ଯୋଗୁ ବିଶ୍ୱକପ୍‌ରେ ଭାରତ ହାରିଲା: ଅଜୟ ରାୟ

ଲକ୍ଷ୍ନୌ,୨୧।୧୧: ୟୁପି କଂଗ୍ରେସ ସଭାପତି ଅଜୟ ରାୟ ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବିଶ୍ୱକପରେ ଭାରତର ପରାଜୟ ପାଇଁ ସେ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଭାଜପା ପୂରା ମ୍ୟାଚକୁ ରାଜନୀତିକରଣ କରିବାକୁ ଚେଷ୍ଟା କରିଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପଡ଼ିଆରେ ପହଞ୍ଚିବା ପରେ ଖେଳାଳିମାନଙ୍କୁ ମାନସିକ ଚାପର ସମ୍ମୁଖୀନ ହେବାକୁ ପଡିଥିଲା। ଏହା ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟର କାରଣ
ସେ କହିଛନ୍ତି ଯେ, ଖେଳାଳିଙ୍କୁ ସମ୍ପୂର୍ଣ୍ଣ ମୁକ୍ତ ଛାଡି ଦିଆଯିବା ଉଚିତ। ଆମର ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ଫାଇନାଲ ରାଜନୀତି ଯୋଗୁ ହିଁ ଦଳ ହାରିଲା।

Share