ଓସ୍କାରରେ ଇତିହାସ ରଚିଲା ଭାରତ

୯୫ତମ ଓସ୍କାର ସମାରୋହରେ ରାଜାମୌଲିଙ୍କ ସୁପରହିଟ୍‌ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ ନାଟୁ-ନାଟୁ ଗୀତ ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌ରେ ଓସ୍କାର ପୁରସ୍କାର ଲାଭ କରିଛି। ଚଳିତ ଓସ୍କାରରେ ଭାରତର ଏହା ଦ୍ୱିତୀୟ ପୁରସ୍କାର। ଏହାପୂର୍ବରୁ ‘ଦ ଏଲିଫ୍ୟାଣ୍ଟ ହ୍ବିସ୍‌ପର୍ସ’ ବେଷ୍ଟ ଡକ୍ୟୁମେଣ୍ଟାରି ଶର୍ଟ ଫିଲ୍ମ ଭାବେ ଓସ୍କାର ଜିତିଛି।
ଏହା ପୂର୍ବରୁ ‘ନାଟୁ ନାଟୁ’ ଗୀତକୁ ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ ମିଳିଥିଲା। ନାଟୁ-ନାଟୁର ଏହି ସଫଳତା ପଛରେ ଏମ କିରାଭାନୀଙ୍କ ହାତ ରହିଛି। ସେ ତାଙ୍କ ପ୍ରତିଭା ଆଧାରରେ ଭାରତ ପାଇଁ ଏକାଡେମୀ ପୁରସ୍କାର ଜିତିଛନ୍ତି। ଏମ୍‌. କିରାଭାନୀ ଆନ୍ଧ୍ରପ୍ରଦେଶର କୋଭୁରରୁ ଆସିଛନ୍ତି। ତାଙ୍କ ପିତା ଜଣେ ଗୀତିକାର ଏବଂ ସ୍କ୍ରିନ୍‌ ରାଇଟର। ତାଙ୍କ ଭାଇ ଜଣେ ଗାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ। ଖୁବ୍‌ କମ ଲୋକ ଜାଣନ୍ତି ଯେ ଏମ କିରାଭାନୀ ହେଉଛନ୍ତି ଦକ୍ଷିଣର ତାରକା ନିର୍ଦ୍ଦେଶକ ଏସ ରାଜାମୌଲିଙ୍କ ସମ୍ପର୍କୀୟ ଭାଇ।
ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସହକାରୀ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ଏମ କେ କିରାଭାନୀ ତାଙ୍କର ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ। ସେ ଭେଟେରାନ ଗୀତିକାର ଭେଟୁରୀଙ୍କ ମାର୍ଗଦର୍ଶନ ଏବଂ ନିର୍ଦ୍ଦେଶନାରେ କାର୍ଯ୍ୟ କରିଥିଲେ।
୩୩୦ କୋଟିରୁ ଅଧିକ ଟଙ୍କା ଏସ୍‌.ଏସ୍‌. ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ବିଶ୍ୱ ସ୍ତରରେ ୧,୨୦୦ କୋଟି ଟଙ୍କା ବ୍ୟବସାୟ କରିଛି। ତେଲୁଗୁ, ତାମିଲ, ମାଲୟାଲମ, କନ୍ନଡ଼ ଓ ହିନ୍ଦୀକୁ ମିଶାଇ ସାରା ଦେଶର ୩ ହଜାରରୁ ଅଧିକ ସ୍କ୍ରିନ୍‌ରେ ଏହି ଫିଲ୍ମ ରିଲିଜ ହୋଇଥିଲା।

Share