Posted inଖେଳ

ଇତିହାସ ରଚିଲା ଭାରତ: ୩ ଫର୍ମାଟରେ ହେଲା ନମ୍ବର-୧

ନୂଆଦିଲ୍ଲୀ,୧୦।୩: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୪-୧ ବିଜୟରୁ ଭାରତ ଉପକୃତ ହୋଇଛି। ଏହି ବିଜୟ ସହିତ ରୋହିତ ଶର୍ମାଙ୍କ ଦଳ ଆଇସିସି ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନରେ ପହଞ୍ଚିଛି। ପୂର୍ବରୁ ଟି-୨୦ ଏବଂ ଦିନିକିଆରେ ଶୀର୍ଷରେ ରହିଥିଲା ଭାରତ। ଏହିପରି ଭାବରେ ଭାରତ ଏକାସାଙ୍ଗରେ ତିନୋଟି ଫର୍ମାଟରେ ଏକ ନମ୍ବର ହୋଇପାରିଛି।
ଏହାପୂର୍ବରୁ ଡିସେମ୍ବର ମାସରେ ମଧ୍ୟ ଟିମ ଇଣ୍ଡିଆ ତିନୋଟି ଫର୍ମାଟରେ ଏକ ନମ୍ବର ହୋଇପାରିଥିଲା। ସେହି ସମୟରେ ଭାରତୀୟ ଦଳ ଟେଷ୍ଟ ଏବଂ ଟି-୨୦ରେ ଏକ ନମ୍ବର ସ୍ଥାନରେ ରହିଥିଲା ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ୨-୧ରେ ଜିତିବା ପରେ ଏହା ମଧ୍ୟ ଆଇସିସି ର଼୍ୟାଙ୍କିଙ୍ଗରେ ଦିନିକିଆରେ ପ୍ରଥମ ସ୍ଥାନ ହାସଲ କରିଥିଲା।
ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ୧-୧ ଡ୍ର ହେବା ପରେ ଭାରତ ନମ୍ବର-୧ ର଼୍ୟାଙ୍କିଙ୍ଗ ହରାଇଥିଲା। ଅଷ୍ଟ୍ରେଲିଆ ଏକ ନମ୍ବର ଦଳ ହୋଇପାରିଥିଲା। ବର୍ତ୍ତମାନ ବିଶାଖାପାଟନମ, ରାଜକୋଟ, ରାଞ୍ଚି ଏବଂ ଧର୍ମଶାଲା ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଜିତିବା ପରେ ଟିମ ଇଣ୍ଡିଆ ପୁଣି ଥରେ ଟେଷ୍ଟରେ ଏକ ନମ୍ବର ଦଳ ହୋଇପାରିଛି। ତିନୋଟି ଫର୍ମାଟରେ ଭାରତ ନିଜର ଆଭିମୁଖ୍ୟ ବଜାୟ ରଖିଛି।
ଏହି ସିରିଜରେ ଭଲ ପ୍ରଦର୍ଶନ ସେମାନଙ୍କୁ ଅଷ୍ଟ୍ରେଲିଆକୁ ଅତିକ୍ରମ କରିବାରେ ସାହାଯ୍ୟ କରିଛି। ଦଳ ବର୍ତ୍ତମାନ ଟେଷ୍ଟ ର଼୍ୟାଙ୍କିଙ୍ଗ ଟେବୁଲରେ ୧୨୨ ରେଟିଂ ପଏଣ୍ଟ ପାଇଛି। ୧୧୭ ରେଟିଂ ପଏଣ୍ଟ ସହ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଇଂଲଣ୍ଡ ୧୧୧ ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରିସ୍ଥିତି ନା ରଣନୀତି…ହେମନ୍ତ ସୋରେନଙ୍କ ବରହେଟ୍‌ରେ କାହିଁକି ପ୍ରାର୍ଥୀ ଦେଉନାହିଁ ଭାଜପା?

ରାଞ୍ଚି,୨୬।୧୦: ଝାଡ଼ଖଣ୍ଡର ୬୮ ଆସନରେ ନିର୍ବାଚନ ଲଢ଼ୁଥିବା ଭାଜପା ୬୬ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଯେଉଁ ୨ ଆସନରେ ଦଳ ପ୍ରାର୍ଥୀ ଦେଇ...

୨୨ ବର୍ଷରେ ଇତିହାସ ରଚିଲେ ଜୟସ୍ବାଲ, ଭାଙ୍ଗିଲେ ୪୫ ବର୍ଷ ପୁରୁଣା ରେକର୍ଡ

ପୁଣେ,୨୫।୧୦: ଟିମ୍‌ ଇଣ୍ଡିଆର ଯୁବ ଓପନର୍‌ ଯଶସ୍ବୀ ଜୟସ୍ବାଲ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଚଳିତ ବର୍ଷ ସେ ଟେଷ୍ଟ ଫର୍ମାଟରେ ସେ ଜବରଦସ୍ତ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

ଇତିହାସ ରଚିଦେଲା ନ୍ୟୁଜିଲାଣ୍ଡ, ୧୨ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ୍‌ ଇଣ୍ଡିଆ

ପୁଣେ,୨୬।୧୦: ଭାରତ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିନେଇଛି ନ୍ୟୁଜିଲାଣ୍ଡ। ଫଳରେ ଦଳ ୧୨ ବର୍ଷ ପରେ ଭାରତ ମାଟିରେ ସିରିଜ ଜିତି ଇତିହାସ...

କାହିଁକି ଶାମିଙ୍କୁ ମିଳିଲାନି ଭାରତୀୟ ଦଳରେ ସ୍ଥାନ

ନୂଆଦିଲ୍ଲୀ,୨୬।୧୦: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ବର୍ଡର-ଗାଭାସ୍କର ଟ୍ରଫି ପାଇଁ ୧୮ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯାଇଥିବା ଏହି...

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୨୬।୧୦:ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦିଲ୍ଲୀ ସ୍ପିଡ୍‌ଷ୍ଟର ହର୍ଷିତ ରାଣା ଓ ଆନ୍ଧ୍ର ସିମ୍‌...

ଖୋ ଖୋ ବିଶ୍ୱକପ୍‌ରେ ଭାଗ ନେବେ ୨୪ ଦେଶ

ନୂଆଦିଲ୍ଲୀ, ୨୬ା୧୦: ସ୍ଥାନୀୟ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋଖୋ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri