Posted inଖେଳ

ଭାରତ-ମାଲେସିଆ ଫାଇନାଲ

ଚେନ୍ନାଇ, ୧୨।୮: ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟର ଫାଇନାଲ ଭାରତ ଓ ମାଲେସିଆ ମଧ୍ୟରେ ଅନୁଷ୍ଠିତ ହେବ। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ପୂର୍ବତନ ଚାମ୍ପିୟନ ଦକ୍ଷିଣ କୋରିଆକୁ ୬-୨ ଗୋଲରେ ହରାଇ ମାଲେସିଆ ପ୍ରଥମଥରପାଇଁ ଫାଇନାଲରେ ପ୍ରବେଶ କରିଥିବାବେଳେ ଦ୍ୱିତୀୟ ସେମିଫାଇନାଲରେ ଭାରତ ୫-୦ ଗୋଲରେ ଜାପାନକୁ ପରାସ୍ତ କରିଛି। ଭାରତ-ମାଲେସିଆ ଟାଇଟଲ ମୁକାବିଲା ଶନିବାର ଅନୁଷ୍ଠିତ ହେବ। ଜାପାନ ଓ କୋରିଆ ବ୍ରୋଞ୍ଜ ପଦକପାଇଁ ଖେଳିବେ।
ଜାପାନ ବିପକ୍ଷରେ ଭାରତ ଆରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ପ୍ରଥମ କ୍ୱାର୍ଟରରେ ଯଦିଓ ଗୋଲ ହୋଇ ନ ଥିଲା ତେବେ ଦ୍ୱିତୀୟ କ୍ୱାର୍ଟରରେ ୩ଟି ଗୋଲ ଦେଇ ଭାରତ ପ୍ରଥମାର୍ଦ୍ଧ ଶେଷ ବେଳକୁ ୩-୦ରେ ଅଗ୍ରଣୀ ଲାଭ କରି ସାରିଥିଲା। ଦଳ ପକ୍ଷରୁ ୧୯ତମ ମିନିଟରେ ଆକାଶଦୀପ ସିଂ, ୨୩ତମ ମିନିଟରେ ଅଧିନାୟକ ହରମନପ୍ରୀତ ସିଂ ଏବଂ ୩୦ତମ ମିନିଟରେ ମନଦୀପ ସିଂ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ତୃତୀୟ କ୍ୱାର୍ଟରରେ ଅର୍ଥାତ୍‌ ୩୯ତମ ମିନିଟରେ ସୁମିତ ଓ ୫୧ତମ ମିନିଟରେ ସେଲଭାମ୍‌ କାର୍ଥୀ ଆଉ ୨ଟି ଗୋଲ ସ୍କୋର କରିଥିଲେ। ଏହି ମ୍ୟାଚରେ ଭାରତୀୟ ଗୋଲକିପର ପି.ଆର. ଶ୍ରୀଜେଶ କ୍ୟାରିୟରର ୩୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଓ ସମ୍ପାଦକ ଭୋଳାନାଥ ସିଂ ଙ୍କ ଉପସ୍ଥିତିରେ ଏଫ୍‌ଆଇଏଚ୍‌ ସଭାପତି ଟାୟବ ଇକ୍ରାମ ତାଙ୍କୁ ଏକ ସ୍ମାରକୀ ଦେଇ ସମ୍ମାନିତ କରିଥିଲେ।
ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିବା କୋରିଆ ପକ୍ଷରୁ ଜି ଉ ଚେନ୍‌ ୨ୟ ମିନିଟରେ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରିଥିଲେ। ମାତ୍ର ପ୍ରତିଆକ୍ରମଣ କରି ମାଲେସିଆ ସଫଳ ହୋଇଥିଲା। ୩ୟ ମିନିଟରେ ଅଜରାଇ ଅବୁ କମଲ ଗୋଲଟି ପରିଶୋଧ କରି ଦେଇଥିବାବେଳେ ୯ମ ମିନିଟରେ ଜଜଲାନ ନଜମି ଆଉ ଏକ ଗୋଲ ଦେଇ ମାଲେସିଆକୁ ଆଗୁଆ କରିଥିଲେ। ତେବେ ୧୪ତମ ମିନିଟରେ କୋରିଆ ଅଧିନାୟକ ଜଙ୍ଗ୍‌ ଜୋଙ୍ଗହ୍ୟୁନ୍‌ ପେନାଲ୍ଟି କର୍ନରରୁ ଗୋଲଟି ପରିଶୋଧ କରିଦେବାରୁ ପ୍ରଥମ କ୍ୱାର୍ଟର ଶେଷ ବେଳକୁ ସ୍ଥିତି ୨-୨ରେ ପହଞ୍ଚି ଯାଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ମାଲେସିଆ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ୧୯ ଓ ୨୧ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ଯଥାକ୍ରମେ ସାରି ଫୈଜଲ ଓ ଜଜଲାନ ନଜମି ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଦଳକୁ ୪-୨ରେ ଅଗ୍ରଣୀ କରିଥିଲେ। ତୃତୀୟ କ୍ୱାର୍ଟରରେ ଜୋରଦାର ଲଢ଼େଇ ହୋଇଥିଲେ ହେଁ ଗୋଲ ହୋଇପାରି ନ ଥିଲା। ୪ର୍ଥ ତଥା ଅନ୍ତିମ କ୍ୱାର୍ଟରରେ ମାଲେସିଆର ସିଲଭରିଅସ ଶେଲୋ ଯଥାକ୍ରମେ ୪୭ ଓ ୪୮ତମ ମିନିଟରେ ୨ଟି ଫିଲ୍ଡ ଗୋଲ ଦେଇ ଦଳକୁ ବଡ଼ ବ୍ୟବଧାନରେ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ମାଲେସିଆ ପୂର୍ବରୁ ୫ ଥର ୨୦୧୧, ୨୦୧୨, ୨୦୧୩, ୨୦୧୬ ଓ ୨୦୧୮ରେ ସର୍ବାଧିକ ତୃତୀୟ ସ୍ଥାନ ଅଧିକାର କରିଥିଲା। ଅର୍ଥାତ୍‌ ଦଳ ୫ ଥର ସେମିଫାଇନାଲ ଖେଳିଥିଲେ ହେଁ ପରାଜିତ ହୋଇଥିଲା। ଏଥର ଦଳ ପ୍ରଥମଥରପାଇଁ ସେମି ଫାଇନାଲରେ ବିଜୟ ସ୍ବାଦ ଚାଖିଛି।

ଚାଇନାକୁ ହରାଇ ପାକିସ୍ତାନ ପଞ୍ଚମ
୩ ଥର ଚାମ୍ପିୟନ ପାକିସ୍ତାନ ଏଥର ୫ମ ସ୍ଥାନରେ ସନ୍ତୁଷ୍ଟ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଏକ ପ୍ଲେସିଂ ମ୍ୟାଚରେ ପାକିସ୍ତାନ ୬-୧ ଗୋଲରେ ଚାଇନାକୁ ହରାଇ ଦେଇଛି। ପୂରା ମ୍ୟାଚରେ ଆଧିପତ୍ୟ ବିସ୍ତାର କରି ଖେଳିଥିବା ପାକିସ୍ତାନ ପକ୍ଷରୁ ଅମଦ ମହମ୍ମଦ ୧୦ ଓ ୫୨ତମ ମିନିଟରେ ୨ଟି, ମହମ୍ମଦ ଖାଁ ୧୧ ଓ ୧୨ ମିନିଟରେ ୨ଟି ଏବଂ ଅବଦୁଲ ସହିଦ ୧୫ ଓ ଅବଦୁଲ ରାଣା ୫୫ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଚାଇନା ପକ୍ଷରୁ ବେହାଇ ଚେନ୍‌ ୩୫ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଏହା ପୂର୍ବରୁ ପାକିସ୍ତାନ କେବେହେଲେ ୫ମ ସ୍ଥାନ ଅଧିକାର କରି ନ ଥିଲା। ୨୦୧୨, ୨୦୧୩, ୨୦୧୮ରେ ଚାମ୍ପିୟନ ହୋଇଥିବାବେଳେ ୨୦୧୧ ଓ ୨୦୧୮ରେ ରୌପ୍ୟ ପଦକ ଜିତିଥିଲା। ୨୦୨୧ରେ ଦଳ ୪ର୍ଥ ସ୍ଥାନ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri