Categories: ବାଣିଜ୍ୟ

ଭାରତ-ମାଳଦ୍ୱୀପ ମଧ୍ୟରେ ଚାଲିଥିବା ବିବାଦରେ ଏହି କମ୍ପାନୀକୁ ହେଲା ଫାଇଦା

ନୂଆଦିଲ୍ଲୀ, ୯।୧: ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଚାଲିଥିବା ରାଜନୈତିକ ବିବାଦର ପ୍ରଭାବ କିଛି ଭାରତୀୟ କମ୍ପାନୀର ବ୍ୟବସାୟରେ ଦୃଶ୍ୟମାନ ହେଉଛି। ଅନେକ କମ୍ପାନୀ ମାଳଦ୍ୱୀପ ସହ ଜଡିତ ବ୍ୟବସାୟକୁ ସ୍ଥଗିତ ରଖିଛନ୍ତି। ତେବେ ଗୋଟିଏ କମ୍ପାନୀ ଅଛି ଯାହା ଦୁଇ ଦିନ ମଧ୍ୟରେ ବିବାଦର ସମ୍ପୂର୍ଣ୍ଣ ଲାଭ ପାଇଛି। ଏହି କମ୍ପାନୀ ଗତକାଲି ଏବଂ ଆଜିକୁ ମିଶାଇ ଏ ପର୍ଯ୍ୟନ୍ତ ୩୫ ପ୍ରତିଶତ ରିଟର୍ଣ୍ଣ ନିବେଶକମାନଙ୍କୁ ଦେଇଛି। କେବଳ ଏତିକି ନୁହେଁ, ଷ୍ଟକ ଆଜି ଏହାର ସର୍ବକାଳୀନ ଉଚ୍ଚ ସ୍ତରକୁ ଛୁଇଁଛି।

ଏହି କମ୍ପାନୀର ନାମ ପ୍ରଭେଗ ଏବଂ ଏହା ଦୁଇ ଦିନ ମଧ୍ୟରେ ଏହାର ନିବେଶକମାନଙ୍କୁ ବହୁତ ଧନୀ କରିଛି । ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ରରାଜନୈତିକ ବିବାଦର ଲାଭ ପାଇବାରେ ଲାଗିଛି ଏବଂ ‘ଚଲୋ ଲାକ୍ଷାଦ୍ୱୀପ’ ଭଳି ଅଭିଯାନରେ ଲୋକଙ୍କର ସମ୍ପୂର୍ଣ୍ଣ ସମର୍ଥନ ମିଳିଛି। ପ୍ରକୃତରେ ପ୍ରଭେଗ ଏକ ବିଳାସପୂର୍ଣ୍ଣ ରିସର୍ଟ କମ୍ପାନୀ ଏବଂ ଏହା ଏକ ଅହମ୍ମଦାବାଦ ଭିତ୍ତିକ ଛୋଟ କ୍ୟାପ ଫାର୍ମ। ଏହି କମ୍ପାନୀ ଲାକ୍ଷାଦ୍ୱୀପ ଠାରେ ଏକ ଟେଣ୍ଟ ସିଟି ନିର୍ମାଣ କରୁଛି ଏବଂ ଲାକ୍ଷାଦ୍ୱୀପ ବ୍ୟବସାୟ କରୁଥିବା କିଛି କମ୍ପାନୀ ମଧ୍ୟରେ ସାମିଲ ଅଛି । ଚାଲିଥିବା ବିବାଦ ପରେ ଲୋକଙ୍କ ଧ୍ୟାନ ଏହି କମ୍ପାନୀ ଆଡକୁ ଅଧିକ ଗତି କରିଛି।

Share