ଭାରତ-ମାଳଦ୍ୱୀପ ସମ୍ପର୍କ ଆହୁରି ସୁଦୃଢ଼ ହେବ

ମାଲେ,୪ା୬: ଦୀର୍ଘଦିନ ଧରି ଭାରତ-ମାଳଦ୍ୱୀପ ସମ୍ପର୍କ ସ୍ବତନ୍ତ୍ର ରହିଛି। ରାଜନୈତିକ ସମ୍ପର୍କ ବ୍ୟତୀତ ମାଳଦ୍ୱୀପ ଏବଂ ଭାରତର ମଧ୍ୟ ସାମାଜିକ, ଧାର୍ମିକ ଏବଂ ବାଣିଜି୍ୟକ ସମ୍ପର୍କ ରହିଛି। ରବିବାର କେନ୍ଦ୍ର ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ଭି. ମୁରଲୀଧରନ ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସହିଦଙ୍କ ସହ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ୧୦ଟି ଚୁକ୍ତି ସ୍ବାକ୍ଷର କରିଛନ୍ତି। ଜୁନ୍‌ ୩ ଓ ୪ରେ ମୁରଲୀଧରନ ଦୁଇ ଦିନିଆ ମାଳଦ୍ୱୀପ ଗସ୍ତରେ ଅଛନ୍ତି।

ସେ ତାଙ୍କ ଟୁଇଟରରେ ଏହି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ବିକାଶ ଭାଗିଦାରୀ ମଜବୁତ ହେଉଛି। ଭାରତର ଅନୁଦାନ ସହାୟତାରେ କଳା, କ୍ରୀଡ଼ା, ଶିକ୍ଷା ଏବଂ ସ୍ବାସ୍ଥ୍ୟ ଭଳି କ୍ଷେତ୍ରରେ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟକାରିତାକୁ ଏହି ଚୁକ୍ତି ସହଜ କରିବ।

Share