Categories: ଜାତୀୟ

କରୋନା ଯୁଦ୍ଧରେ ଲଢିବାକୁ ପରସ୍ପରକୁ ସହଯୋଗ କରିବେ ଭାରତ-ମାଲଦ୍ୱୀପ: ମୋଦି

ନୂଆଦିଲ୍ଲୀ,୨୧ ।୯: କରୋନା ମହାମାରୀ ସାରା ବିଶ୍ୱର ଅର୍ଥନୀତିକୁ ଦୋହଲାଇ ଦେଇଥିବା ବେଳେ ଏବେ ଭାରତ-ମାଲଦ୍ୱୀପ ଏହି କରୋନା ଯୁଦ୍ଧରେ ଲଢିବାକୁ ପରସ୍ପରକୁ ସହଯୋଗ କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ମହାମାରୀ ଯୋଗୁ ମାଲଦ୍ୱୀପର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଭାରତ ମାଲଦ୍ୱୀପକୁ ୨୫୦ ମିଲିୟନ ଆମେରିକୀୟ ଡଲାର ଋଣ ଆକାରରେ ପ୍ରଦାନ କରିଛି । ଏହାପରେ ମାଲଦ୍ୱୀପର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାପରେ ମୋଦି ଟୁଇଟ୍ କରି କହିଛନ୍ତି ଘନିଷ୍ଠ ବନ୍ଧୁ ତଥା ପଡୋଶୀ ଦେଶ ଭାବେ କରୋନା ମହାକାରୀ ଯୋଗୁ ଉପୁଜିଥିବା ସ୍ୱାସ୍ଥ୍ୟ ଓ ଆର୍ଥିକ ସମସ୍ୟା ବିରୋଧରେ ଲଢିବାକୁ ଉଭୟ ଦେଶ ପରସ୍ପରକୁୁ ସହଯୋଗ କରିବ । ଏହା ପୂର୍ବରୁ ମାଲଦ୍ୱୀପ ରାଷ୍ଟ୍ରପତି ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି, ଯେତେବେଳେ ବି ମାଲଦ୍ୱୀପ ବନ୍ଧୁ ଖୋଜିଛି ସବୁବେଳେ ନୂଆଦିଲ୍ଲୀ ସହଯୋଗର ହାତ ବଢାଇଛି । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ପ୍ରତିଟି ଭାରତୀୟଙ୍କୁ ଆନ୍ତରିକ ଧନ୍ୟବାଦ ଦେଇଛନ୍ତି । ସୂଚନାଯୋଗ୍ୟ, ଆର୍ଥିକ ସହାୟତା ପାଇଁ ମାଲଦ୍ୱୀପ ରାଷ୍ଟ୍ରପତି ମୋଦିଙ୍କୁ କରିଥିବା ଅନୁରୋଧର ଉତ୍ତରରେ ଏହି ଋଣ ବୃଦ୍ଧି କରାଯାଇଛି । ତେବେ ଚଳିତ ବର୍ଷ ଆରମ୍ଭରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଓ ମାଲଦ୍ୱୀନ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସହିଦଙ୍କ ମଧ୍ୟରେ ଏକ ଭଚ୍ରୁ୍ର‌୍ୟଆଲ ବୈଠକ ପରେ ଏହି ଘୋଷଣା କରାଯାଇଥିଲା । ଏବେ ଋଣ ପାଇବା ପରେ ମାଲଦ୍ୱୀପର ବୈଦେଶିକ ମନ୍ତ୍ରୀ ଭାରତକୁ ଧନ୍ୟବାଦ ଦେବା ସହ ଭାରତ ମାଲଦ୍ୱୀପର ମହାନ୍ ମିତ୍ର ବୋଲି କହିଛନ୍ତି ।

Share