Categories: ଜାତୀୟ

ଗଣତନ୍ତ୍ର ଦିବସରେ ଏକାଥରେ ଆସିପାରନ୍ତି ୫ ଦେଶର ମୁଖ୍ୟ

ନୂଆଦିଲ୍ଲୀ,୧୨ା୧୨: ଆସନ୍ତା ବର୍ଷ ଜାନୁୟାରୀ ୨୬ ତାରିଖ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଏକାଥରେ କେନ୍ଦ୍ର ଏସିଆର ୫ ରାଷ୍ଟ୍ର ମୁଖ୍ୟ ଯୋଗ ଦେଇପାରନ୍ତି। କେନ୍ଦ୍ର ଏସିଆ ଦେଶମାନଙ୍କ ସହ ଯୋଗାଯୋଗ, ବ୍ୟାପାର ଓ ସୁରକ୍ଷା ସମ୍ପର୍କ ମଜଭୁତ କରିବା ପାଇଁ କଜାଖସ୍ତାନ, କିର୍ଗିଜସ୍ତାନ, ତାଜିକସ୍ତାନା, ତୁର୍କମେନିସ୍ତାନ ଓ ଉଜବେକିସ୍ତାନର ମୁଖ୍ୟଙ୍କୁ ଆମନ୍ତ୍ରଣ କରାଯାଇଛି।

ଏହା ଗୃହୀତ ହେଲେ ପ୍ରଥମ ଥର ପାଇଁ ସମସ୍ତ ୫ କେନ୍ଦ୍ରୀୟ ଏସୀୟ ରାଷ୍ଟ୍ର ମୁଖ୍ୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଯୋଗଦେବେ। ୨୦୧୮ ଆସିଆନ୍‌ ସମିଟ୍‌ରେ ଏହି ନେତାମାନେ ଏକାଠି ହୋଇଥିଲେ। ୩ ସପ୍ତାହ ପୂର୍ବରୁ ଏହି ଦେଶଗୁଡ଼ିକ ସହ ନୂଆଦିଲ୍ଲୀ ପକ୍ଷରୁ ଯୋଗାଯୋଗ କରାଯାଇଥିଲା।

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୫ରେ ତତ୍‌କାଳୀନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା, ୨୦୧୬ରେ ସେତେବେଳର ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାଙ୍କୋଇସ୍‌ ହଲାଣ୍ଡେ, ୨୦୧୭ରେ ୟୁଏଇର ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ, ୨୦୧୮ରେ ୧୦ ଆସିଆନ୍‌ ଦେଶର ନେତା, ୨୦୧୯ରେ ଦକ୍ଷିଣ ଆଫ୍ରିକାର ସିରିଲ ରାମାଫୋସା ଏବଂ ୨୦୨୦ରେ ବ୍ରାଜିଲ ରାଷ୍ଟ୍ରପତି ଜଏର ବୋଲସୋନାରୋ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହୋଇଥିଲେ।

Share