Categories: ଜାତୀୟ

ମୁମ୍ବାଇରେ ହେବାକୁ ଥିବା ‘ଇଣ୍ଡିଆ’ ବୈଠକରେ ସାମିଲ ହେବ ଏଏପି

ନୂଆଦିଲ୍ଲୀ,୨୧।୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ହେବାକୁ ଥିବା ‘ଇଣ୍ଡିଆ’ର ବୈଠକରେ ଆମ ଆଦମୀ ପାର୍ଟି (ଏଏପି) ସାମିଲ ହେବ। ଏହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନିଶ୍ଚିତ କରିଛନ୍ତି।

ଏହି ବୈଠକ ୩୧ ଅଗଷ୍ଟ ଏବଂ ୧ସେପ୍ଟେମ୍ବରରେ ହେବ। ଅନେକ ପ୍ରସଙ୍ଗରେ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ କଂଗ୍ରେସ ମଧ୍ୟରେ ମତଭେଦ ଦେଖିବା ପରେ ସେ ଏହି ବୈଠକରେ ଯୋଗଦେବେ କି ନାହିଁ ସନ୍ଦେହ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ତାହା ସ୍ପଷ୍ଟ ହୋଇଛି ଯେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଏହି ବୈଠକରେ ସାମିଲ ହେବାକୁ ଯାଉଛନ୍ତି।

Share