Categories: ଜାତୀୟ

ହାଇଦ୍ରାବାଦ ପରେ ମୁମ୍ବାଇରେ ପ୍ରବଳ ବର୍ଷା: ରେଡ ଆଲର୍ଟ ଜାରି

ମୁମ୍ବାଇ,୧୫ ।୧୦:ହାଇଦ୍ରାବଦରେ ବୁଧବାର ହୋଇଥିବା ବର୍ଷାରେ ରାସ୍ତା ଉପରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ବର୍ଷାରେ ମୁମ୍ବାଇ ହୋଇଛି ବେହାଲ । ବୁଧବାର ମଧ୍ୟରାତ୍ରିରୁ ମୁମ୍ବାଇରେ ମୂଷଳ ଧାରାରେ ବର୍ଷା ଲାଗି ରହିଥିବା ବେଳେ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି । ମୁମ୍ବାଇ ସ୍ଥିତ ସିୟୋନ ପୋଲିସ ଷ୍ଟେଶନ ନିକଟରେ ପାଣି ଭରି ଯାଇଥିବା ବେଳେ ପୁଣେ ସଡ଼କ ଉପରେ ମଧ୍ୟ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ଗୁରୁବାର ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ଲଗାଣ ବର୍ଷାକୁ ଦେଖି ମୁମ୍ବାଇ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି କରାଯିବା ସହ ଆବଶ୍ୟକ ନ ଥିଲେ ଘରୁ ନ ବାହାରିବାକୁ କୁହାଯାଇଛି । ବୁଧବାର ରାତିରେ ହୋଇଥିବା ବର୍ଷାରେ ବାୟକୁଲା, ହିନ୍ଦମାତା, କୁର୍ଲା, କିଙ୍ଗ ସର୍କିଲ ସମେତ କିଛି ଅଞ୍ଚଳ ଜଳାର୍ଣ୍ଣବ ହୋଇ ଯାଇଛି ।

Share