ଏ ହେଉଛି ଦେଶର ସବୁଠୁ ମହଙ୍ଗା ବାଇକ୍‌, ଦାମ୍‌ ଏତେ ଯେ ଗୋଟିଏ ବଦଳରେ କିଣିପାରିବେ ୫୦ Royal Enfield Bullet

ନୂଆଦିଲ୍ଲୀ,୧୬।୪: ଭାରତର ସବୁଠାରୁ ମହଙ୍ଗା ବାଇକ୍‌ର ମୂଲ୍ୟ ଏତେ ଅଧିକ ଯେ ଆପଣ କେବଳ ଗୋଟିଏ କି ଦୁଇଟି ନୁହେଁ ବରଂ ୫୦ଟି ରୟାଲ ଏନଫିଲ୍ଡ ବୁଲେଟ ଘରକୁ ଆଣିପାରିବେ। ହଁ, ଏହି ବାଇକ୍‌ର ଏକ୍ସ-ସୋରୁମ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ। ଏହା ଏକ ଲିମିଟେଡ୍‌ ପ୍ରଡକ୍ସନ(ସୀମିତ ଉତ୍ପାଦନ) ବାଇକ। ସେଥିପାଇଁ ଏହା ଏକ ସଂଗ୍ରହଣୀୟ ମଡେଲ ପାଲଟିଛି। ଏପର୍ଯ୍ୟନ୍ତ ଏହାର ମାତ୍ର ୫୦୦ ୟୁନିଟ ତିଆରି ହୋଇଛି।

Ducati Bike

ଏହି ବାଇକ ହେଉଛି Ducati Superleggera V୪, ଯାହା ଏହାର ଉଚ୍ଚ-ପ୍ରଦର୍ଶିତା ପାଇଁ ଜଣାଶୁଣା। ଏହି ବାଇକ୍‌ରେକାର୍ବନ ଫାଇବର ଭଳି ହାଲୁକା ଏବଂ ଦୃଢ଼ ସାମଗ୍ରୀ ବ୍ୟବହାର କରାଯାଇଛି, ଯେଉଁଥିଲାଗି ଏହାର ଗତି ମଧ୍ୟ ଉତ୍କୃଷ୍ଟ। ଏହା ଦେଶର ସବୁଠାରୁ ମହଙ୍ଗା ୨ଚକିଆ ଯାନ ମଧ୍ୟରୁ ଗୋଟିଏ।

ଏହି ବାଇକ୍‌ରେ ଆପଣଙ୍କୁ ୯୯୮cc Desmosedici Stradale ୯୦ଂ V୪ ଇଞ୍ଜିନ ମିଳିବ। ଏହା ୨୨୪ hp ପାୱାର ଜେନେରେଟ ୍‌ କରେ, ହେଲେ ରେସିଂ କିଟ ସହିତ ଏହାର ପାୱାର ୨୩୪ hp। ଏହି ବାଇକ୍‌ର ସର୍ବାଧିକ ଟର୍କ ୧୧୬ Nm, ହେଲେ ରେସିଂ କିଟ ସହିତ ଏହା ୧୧୯ Nm ଟର୍କ ଜେନେରେଟ କରେ। ଏହି ବାଇକ୍‌ର ସର୍ବାଧିକ ଗତି ଘଣ୍ଟା ପ୍ରତି ୨୯୯ ରୁ ୪୦୦ କିଲୋମିଟର ପର୍ଯ୍ୟନ୍ତ। ଏହି ବାଇକ୍‌ରେ ୧୭ ଲିଟର ପର୍ଯ୍ୟନ୍ତ ଇନ୍ଧନ ଟାଙ୍କି ମିଳିଥାଏ।

ଭାରତରେ Ducati Superleggera V୪ ର ମୂଲ୍ୟ ୧.୧୨ କୋଟି ଟଙ୍କାରୁ ୧.୪୦ କୋଟି ଟଙ୍କା ମଧ୍ୟରେ ରହିଛି। ଏବେ ଏହି ବାଇକ ଏକ ସଂଗ୍ରହଣୀୟ ମଡେଲ, ତେଣୁ ଏହାର ରି-ସେଲ୍‌ ଭାଲ୍ୟୁ(ପୁନଃବିକ୍ରୟ ମୂଲ୍ୟ) ପ୍ରତ୍ୟେକ ଥର ବୃଦ୍ଧି ପାଉଛି। ଏହି ବାଇକ୍‌ଟି ସାଧାରଣତଃ ରେସିଂ ପାଇଁ ବ୍ୟବହୃତ ହୁଏ। ଡୁକାଟି ତାର ରେସିଂ ବାଇକ ପାଇଁ ସାରା ବିଶ୍ୱରେ ଜଣାଶୁଣା। କମ୍ପାନୀର ଅଧିକାଂଶ ବାଇକ ସଂଗ୍ରହଯୋଗ୍ୟ। ଏହି ବାଇକ୍‌ଗୁଡ଼ିକର ବିଶେଷତ୍ୱ ହେଉଛି ଏହାର କାର୍ଯ୍ୟଦକ୍ଷତା ଏବଂ ଗତି।

Royal Enfield Bullet New

ଏହି ବାଇକ୍‌ର ମୂଲ୍ୟ ଯେତିକି ସେଥିରେ ଅତ୍ୟନ୍ତ ଲୋକପ୍ରିୟ ରୟାଲ ଏନଫିଲ୍ଡ ବୁଲେଟ ୩୫୦ର ୫୦ ରୁ ଅଧିକ ବାଇକ କିଣି ହୋଇଯିବ। ଏହି ରୟାଲ ଏନଫିଲ୍ଡ ବାଇକ୍‌ର ଏକ୍ସ-ଶୋ’ରୁମ ମୂଲ୍ୟ ନୋଏଡାରେ ୧.୭୪ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଅନ-ରୋଡ ମୂଲ୍ୟ ପ୍ରାୟ ୨.୦୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥାଏ। ରୟାଲ ଏନଫିଲ୍ଡର କ୍ଲାସିକ ୩୫୦ ଏବଂ ବୁଲେଟ ୩୫୦ ସର୍ବାଧିକ ବିକ୍ରି ହେଉଥିବା ବାଇକ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri