Categories: ଖେଳ

ଆଜି ଦ୍ୱିତୀୟ ଦିନିକିଆ: ଡେବ୍ୟୁ କରିପାରନ୍ତି ଏହି ଷ୍ଟାର ପ୍ଲେୟାର

ରାଞ୍ଚି,୯।୧୦: ଟିମ୍‌ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମୁକାବିଲା ରବିବାର ରାଞ୍ଚିରେ ଖେଳାଯିବ। ଶିଖର ଧାଓ୍ବନ ଏହି ମ୍ୟାଚ୍‌ରେ ଅଧିନାୟକତ୍ୱ କରିବେ। ପ୍ରଥମ ମୁକାବିଲାରେ ଭାରତୀୟ ଟିମ୍‌ ୯ ରନ୍‌ରେ ପରାଜିତ ହୋଇଥିଲା। ଏଥିଲାଗି ଦଳ ପାଇଁ ଆଜିର ମ୍ୟାଚ୍‌ ‘କର ବା ମର’ ସ୍ଥିିତିରେ ରହିଛି।

ଭାରତୀୟ ଦଳ ଲଗାତାର ଭାବେ ବ୍ୟାଟିଂରେ ଭଲ ପ୍ରଦଶର୍ନନ କରୁଥିଲେ ହେଁ ବୋଲିଂରେ ନିରାଶାଜନକ ପ୍ରଦର୍ଶନକ କରୁଛି। ଏମିତିରେ ମ୍ୟାଚ୍‌ ଜିତି ଦଳ ସ୍ଥିତି ବରାବର କରିବାକୁ ଚାହିଁବ।

ତେବେ ଏହି ମ୍ୟାଚ୍‌ ପୂର୍ବରୁ ଭାରତକୁ ଝଟ୍‌କା ଲାଗିଛି। ଦୀପକ ଚହର ପିଠିରେ ସମସ୍ୟା ଯୋଗୁ ବାକି ଥିବା ଦୁଇ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। ବିସିସିଆଇ ଚହରଙ୍କ ସ୍ଥାନରେ ଓ୍ବାଶିଂଟନ ସୁନ୍ଦରଙ୍କୁ ସ୍କ୍ବାଡ୍‌ରେ ସାମିଲ କରିଛି। ଏଯାବତ ମହମ୍ମଦ ସିରାଜ ଏବଂ ଆଭେଶ ଖାଁ ପ୍ରଭାବିତ କରିବାରେ ବିଫଳ ହୋଇଛନ୍ତି। ଏମିତରେ ସ୍ପିନ ଅଲରାଉଣ୍ଡର ଶାହବାଜ ଅହମ୍ମଦ ମଧ୍ୟ ଡେବ୍ୟୁ କରିବାର ସୁଯୋଗ ପାଇପାରନ୍ତିି ବୋଲି କୁହାଯାଉଛି।

Share