ନୂଆଦିଲ୍ଲୀ,୨୯।୩ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପୁରୁଷ ବିଶ୍ୱକପ୍ ସୁପର ଲିଗ୍ ତାଲିକାରେ ସପ୍ତମ ସ୍ଥାନକୁ ଉଠିଛି ଭାରତୀୟ ଦଳ। ଇଂଲଣ୍ଡ ବିପକ୍ଷ ଅନ୍ତିମ ମ୍ୟାଚ୍କୁ ୭ ରନ୍ରେ ଜିତିବା ସହ ଭାରତୀୟ ଦଳ ୨-୧ରେ ହାତେଇ ନେଇଛି ଦିନିକିଆ ସିରିଜ୍। ଏଥିଯୋଗୁ ଟିମ୍ ଇଣ୍ଡିଆର ଡବ୍ଲ୍ୟୁସି ର଼୍ୟାଙ୍କିଙ୍ଗ୍ରେ ଆସିଛି ଉନ୍ନତି।
ଅନ୍ୟପକ୍ଷରେ ପରାଜୟ ସତ୍ତ୍ୱେ ୪୦ ପଏଣ୍ଟ ସହ ଶୀର୍ଷରେ ରହିଛି ଇଂଲଣ୍ଡ। ଏହି ଲିଗ୍ରେ ୯ ମ୍ୟାଚ୍ ଖେଳି ଇଂଲଣ୍ଡ ୪ଟି ଜିତିଥିବାବେଳେ ୫ଟି ମ୍ୟାଚ୍ରେ ପରାଜୟର ସମ୍ମୁଖୀନ ହୋଇିଛି। ଆଉ ଲିଗ୍ରେ ୬ଟି ମ୍ୟାଚ୍ ଖେଳିଥିବା ଟିମ୍ ଇଣ୍ଡିଆ ୩ ଲେଖାଏ ପରାଜୟ ଓ ବିଜୟ ସହ ହାତେଇଛି ୨୯ ପଏଣ୍ଟ।
ଗତବର୍ଷ ଜୁଲାଇରେ ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଇଥିବା ସିରିଜ୍ରୁ ଆରମ୍ଭ ହୋଇଛି ଏହି ସୁପର ଲିଗ୍। ଏଥିରେ ଆଇସିସିର ୧୨ ସମ୍ପୂର୍ଣ୍ଣ ସଦସ୍ୟ ବିଶ୍ୱକପ୍ ଯୋଗ୍ୟତା ପାଇଁ ପ୍ରତିଯୋଗିତା କରୁଛନ୍ତି।