Categories: ଖେଳ

ଭାରତକୁ ୧୮୭ ରନ୍‌ର ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ

ହାଇଦ୍ରାବାଦ,୨୫।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ରବିବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଭାରତ ଟସ ଜିତି ଏହି ମ୍ୟାଚ୍‌ରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ୭ ଉଇକେଟ ହରାଇ ୧୮୬ ରନ ସଂଗ୍ରହ କରିଥିଲା। ଏହି ସିରିଜ ଜିତିବା ପାଇଁ ଭାରତ ଏବେ ୧୮୭ ରନ ସ୍କୋର କରିବା ଆବଶ୍ୟକ। ଅଷ୍ଟ୍ରେଲିଆ ପାଇଁ କ୍ୟାମରନ ଗ୍ରୀନ ୫୨ ଏବଂ ଟିମ ଡେଭିଡ ୫୪ ସ୍କୋର କରିଥିଲେ। ଡାନିଏଲ ସେମସ ମଧ୍ୟ ଅପରାଜିତ ୨୮ ରନ ସ୍କୋର କରିଥିଲେ। ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୩ ଉଇକେଟ୍‌ ନେଇଥିଲେ।

Share