Posted inଖେଳ

ସିରିଜ୍‌ ଜିତିବା ପାଇଁ ଦରକାର ୫ ଉଇକେଟ

ମୁମ୍ବାଇ,୫।୧୨: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଜିତିବା ପାଇଁ ଭାରତୀୟ ଦଳକୁ ଆଉ ୫ ଉଇକେଟ ଦରକାର। ପ୍ରଥମ ଟେଷ୍ଟ ଅମୀମାଂଶିତ ଭାବେ ଶେଷ ହୋଇଥିବା ବେଳେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ୫୪୦ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ଭ୍ରମଣକାରୀ ନ୍ୟୁଜିଲାଣ୍ଡ ତୃତୀୟ ଦିନ ସୁଦ୍ଧା ୫ ଉଇକେଟ ହରାଇ ୧୪୦ ରନ୍‌ କରିଛି। ଦଳକୁ ଜିତିବା ପାଇଁ ଆହୁରି ୪୦୦ ରନ୍‌ ଦରକାର ଥିବାବେଳେ ମ୍ୟାଚ୍‌ରେ ଦୁଇ ଦିନ ବାକି ଅଛି। ଏଣୁ ଡ୍ର’ ହେବାର ସମ୍ଭାବନା ପ୍ରାୟତଃ ନାହିଁ।

ନ୍ୟୁଜିଲାଣ୍ଡ ପାଇଁ ହେନରୀ ନିକୋଲସ ୩୬ ଓ ରଚିନ ରବୀନ୍ଦ୍ର ୨ ରନ୍‌ କରି ଅପରାଜିତ ରହିଛନ୍ତି। ଭାରତ ପାଇଁ ରବିଚନ୍ଦ୍ରନ ଅଶ୍ୱିନ ୩ ଉଇକେଟ ନେଇଥିବା ବେଳେ ଗୋଟିଏ ସଫଳତା ହାତେଇଛନ୍ତି ଅକ୍ଷର ପଟେଲ। ପୂର୍ବରୁ ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତ ୩୨୫ ରନ୍‌ କରିଥିବା ବେଳେ ମାତ୍ର ୬୨ ରନ୍‌ରେ ଅଲଆଉଟ୍‌ ହୋଇଥିଲା ନ୍ୟୁଜିଲାଣ୍ଡ। ଏହାପରେ ୨୭୬/୭ ସ୍କୋରରେ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା ଟିମ୍‌ ଇଣ୍ଡିଆ। ଫଳରେ ଭ୍ରମଣକାରୀ ଦଳ ଆଗରେ ଧାର୍ଯ୍ୟ ହୋଇଥିଲା ୫୪୦ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଉଜୁଡିଗଲା ଚହଲ-ଧନଶ୍ରୀଙ୍କ ଘର! କପଲଙ୍କର ହେବ ଛାଡପତ୍ର, ଜାଣନ୍ତୁ କ’ଣ ଏହାର ସତ୍ୟତା

ନୂଆଦିଲ୍ଲୀ,୪।୧: କିଛି ଦିନ ପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକଙ୍କ ଛାଡପତ୍ର ଖବରକୁ ନେଇ ଭାରତୀୟ ପ୍ରଶଂସକମାନେ ଆଶ୍ଚର୍ଯ୍ୟ...

ରିଷଭ ପନ୍ତ ବିସ୍ଫୋରକ ବ୍ୟାଟିଂ: ଭାରତ ୧୪୫ ରନରେ ଆଗୁଆ 

ସିଡନୀ,୪/୧: ବର୍ଡ଼ର- ଗାଭାସ୍କର ଟେଷ୍ଟ ସିରିଜର ଶେଷ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଶେଷ ହୋଇଛି। ଭାରତ ଦ୍ୱିତୀୟ ଇନିଂସରେ ୬ ଉଇକେଟ୍ ହରାଇ ୧୪୧...

୯୨ ବର୍ଷ ପରେ ପ୍ରଥମଥର ଘଟିଲା ଏମିତି…ଯଶସ୍ୱୀ ଜୟସ୍ୱାଲ କଲେ ଏମିତି ରେକର୍ଡ

ସିଡନୀ,୪/୧:ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ସିଡନୀରେ ଚାଲିଛି। ଏହି ମ୍ୟାଚ୍ ରେ ଯଶସ୍ୱୀ...

ବୁମ୍‌ରାଙ୍କ ବିନା ଅଷ୍ଟ୍ରେଲିଆର ହୋଶ୍‌ ଉଡାଇଲା ଟିମ୍‌ ଇଣ୍ଡିଆ: ପ୍ରଥମ ଇନିଂସରେ ଆଗୁଆ

ସିଡନୀ,୪।୧: ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ୧୮୧ ରନ ଅଲଆଉଟ୍‌ ହୋଇଯାଇଥିଲା। ଟସ ଜିତିବା ଏବଂ ପ୍ରଥମେ ବ୍ୟାଟିଂ...

ମ୍ୟାଚ୍‌ ମଝିରେ ହଠାତ୍‌ ମେଡିକାଲ ଗଲେ ବୁମ୍‌ରା: ଟିମ୍‌ ଇଣ୍ଡିଆର ବଢିଲା ସମସ୍ୟା

ସିଡନୀ,୪।୧: ସିଡନୀରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ପଞ୍ଚମ ତଥା ଶେଷ ଟେଷ୍ଟ ମଧ୍ୟରେ ଟିମ ଇଣ୍ଡିଆର ସମସ୍ୟା ବଢୁଥିବା ପରି ମନେ ହେଉଛି। ଏହି...

ଅଚାନକ ଅଧିନାୟକ ହୋଇଗଲେ ବିରାଟ କୋହଲି: ମ୍ୟାଚ୍‌ ମଝିରେ ନିଆଗଲା ବଡ଼ ନିଷ୍ପତ୍ତି, ଜାଣନ୍ତୁ କାହିଁକି

ସିଡନୀ,୪।୧: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ପଞ୍ଚମ ତଥା ଶେଷ ଟେଷ୍ଟ ସିଡନୀରେ ଖେଳାଯାଉଛି। ସିଡନୀ ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ଏପର୍ଯ୍ୟନ୍ତ ଅନେକ ଉତ୍ଥାନ-ପତନ ଦେଖାଯାଇଛି।...

ଗୋଟିଏ ଓଭରରେ ବଡ଼ କାରନାମା କଲେ ମହମ୍ମଦ ସିରାଜ୍‌

ସିଡନୀ,୪।୧: ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ମହମ୍ମଦ ସିରାଜ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ସେ ଗୋଟିଏ ଓଭରରେ ଦୁଇ ଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌...

ଅବସରକୁ ନେଇ ଶେଷରେ ମୁହଁ ଖୋଲିଲେ ରୋହିତ ଶର୍ମା: କଲେ ଆଶ୍ଚର୍ଯ୍ୟଜନକ ଖୁଲାସା

ସିଡନୀ,୪।୧୨: ସିଡନୀ ଟେଷ୍ଟର ଦ୍ୱିତୀୟ ଦିନରେ ଅବସର ନେବା ଉପରେ ରୋହିତ ଶର୍ମା ମୁହଁ ଖୋଲିଛନ୍ତି। ଖରାପ ଫର୍ମ ସହ ସଂଘର୍ଷ କରୁଥିବା ରୋହିତଙ୍କୁ ସିଡନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri