ନୂଆଦିଲ୍ଲୀ,୯।୮: ଭଗବାନ ରାମଙ୍କ ପରେ ଗୌତମ ବୁଦ୍ଧଙ୍କୁ ନେଇ ବିବାଦ ଆରମ୍ଭ କରିଛି ପଡୋଶୀ ଦେଶ ନେପାଳ। ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଭଗବାନ ଗୌତମ ବୁଦ୍ଧଙ୍କୁ ଜଣେ ଭାରତୀୟ ବୋଲି କରିଥିଲେ। ଏହାପରେ ନେପାଳ ଜୟଶଙ୍କରଙ୍କ ମନ୍ତବ୍ୟକୁ ବିରୋଧ କରିଛି। ପ୍ରଭୁ ଗୌତମ ବୁଦ୍ଧ ନେପାଳର ଲୁମ୍ବିନିରେ ଜନ୍ମଗ୍ରହଣ କରିଛନ୍ତି। ବୋଲି ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତ୍ତି ଜାରି କରି କହିଛି। ତେବେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଏହାର ଜବାବ ଦେଇ କହିଛି ଯେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଗୌତମ ବୁଦ୍ଧ ନେପାଳର ଲୁମ୍ବିନିରେ ଜନ୍ମଗ୍ରହଣ କରିଥିଲେ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ମନ୍ତବ୍ୟ ଆମର ଅଂଶୀଦାର ବୌଦ୍ଧ ଐତିହ୍ୟକୁ ଦର୍ଶାଉଛି। ସୂଚନାଯୋଗ୍ୟ, ଏହାର କିଛି ଦିନ ପୂର୍ବରୁ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି କହିଥିଲେ ନେପାଳର ବିରଗଞ୍ଜକୁ ପ୍ରଭୁ ରାମଙ୍କ ଅଯୋଧ୍ୟା ବୋଲି ଦାବି କରିଥିଲେ।