ନେପାଳ-ଭାରତ ମଧ୍ୟରେ ୭ ସୂତ୍ରୀୟ ଜଳ ସମାଧାନ ଚୁକ୍ତି

କାଠମାଣ୍ଡୁ,୨୪ା୯: ଜଳସମ୍ପଦ ସହ ଜଡ଼ିତ ନେପାଳ ଏବଂ ଭାରତର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ୭ ସୂତ୍ରୀୟ ଚୁକ୍ତି ହୋଇଛି। ଜଳ ସମ୍ପଦ ମିଳିତ କମିଟିର ନବମ ବୈଠକରେ ପଙ୍କଜ କୁମାର, ସଚିବ, ଜଳସମ୍ପଦ, ନଦୀ ବିକାଶ ବିଭାଗ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ, ଜଳଶକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଏବଂ ସାଗର ରାୟ, ସଚିବ, ମନ୍ତ୍ରଣାଳୟର ମିଳିତ ସହଯୋଗରେ ଏହି ସହମତି ପ୍ରକାଶ ପାଇଛି।

ଏହି ବୈଠରେ ପଞ୍ଚେଶ୍ୱର ବିକାଶ ପ୍ରାଧିକରଣ (ପିଡିଏ)ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାକୁ ଗଠିତ ବିଶେଷଜ୍ଞ ଗୋଷ୍ଠୀର କାର୍ଯ୍ୟକାଳ ଏବଂ ଆଦେଶ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।

୧୯୯୬ରେ ନେପାଳ ଏବଂ ଭାରତ ମଧ୍ୟରେ ସ୍ବାକ୍ଷରିତ ମହାକାଳୀ ଚୁକ୍ତିନାମାର ଏକ ଅଂଶ, ଯାହା ୬୦୦୦ ମେଗାଓ୍ବାଟ୍‌ ଶକ୍ତି ଉତ୍ପାଦନ କରିବ ଏବଂ ଦୁଇ ଦେଶ ମଧ୍ୟରେ ହଜାର ହଜାର ଜମି ଜଳସେଚନ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଉଭୟ ପକ୍ଷ ମଧ୍ୟରେ ଅନେକ ପାର୍ଥକ୍ୟ ହେତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିଲେ। ଦୀର୍ଘ ଦଶନ୍ଧି ଧରି ଏହି ପ୍ରକଳ୍ପରୁ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଏକ ପିଡିଏ ଗଠନ ଆବଶ୍ୟକ। ଯେଉଁଥିପାଇଁ ଏହି ଚୁକ୍ତି ହୋଇଛି।

Share