‘ଗ୍ଲୋବାଲ୍‌ ଟାଇମ୍ସ’ରେ ନୂଆ ସଂସଦ ଭବନକୁ ପ୍ରଶଂସା କଲା ଚାଇନା, ଗୁଲାମିର ପ୍ରତୀକକୁ ଅତୀତକୁ ଛାଡିଛି ଭାରତ

ବେଜିଙ୍ଗ,୩୧।୫: ନୂଆ ସଂସଦ ଭବନକୁ ପ୍ରଶଂସା କରିଛି ଚାଇନା। ଚାଇନା ସରକାରଙ୍କ ସରକାରୀ ମୁଖପତ୍ର ‘ଗ୍ଲୋବାଲ୍‌ ଟାଇମ୍ସ’ରେ ଏନେଇ ଏକ ସମ୍ପାଦକୀୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରି ଭାରତ ଦାସତ୍ୱର ପ୍ରତୀକକୁ ଅତୀତରେ ଛାଡିଦେଇଛି। ବିରୋଧି ଉଦ୍‌ଘାଟନୀକୁ ଉତ୍ସବକୁ ବିରୋଧ କରିଥିଲେ ହେଁ ଭାରତର ପଡୋଶୀ ଚାଇନା ଏହାକୁ ନିଜ ସରକାରୀ ଖବରକାଗଜରେ ଭୁରି ପ୍ରଶଂସା କରିଛି।

ମେ ୨୮ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରିଛନ୍ତି। ତେବେ ବ୍ରିଟିଶ ଉପନିବେଶ ସମୟରେ ପ୍ରାୟ ଏକ ଶତାବ୍ଦୀ ପୂର୍ବରୁ ନିର୍ମିତ ପୁରୁଣା ସଂସଦକୁ ସଂଗ୍ରହାଳୟରେ ପରିଣତ କରାଯିବ ବୋଲି ଘୋଷଣା କରିଛନ୍ତି।
ଚାଇନାର କମ୍ୟୁନିଷ୍ଟ ପାର୍ଟିର ମୁଖପତ୍ର ଗ୍ଲୋବାଲ ଟାଇମ୍ସର ଏକ ସମ୍ପାଦକୀୟରେ ନୂଆ ସଂସଦ ଭବନର ଉଦ୍‌ଘାଟନକୁ ‘ଡିକୋଲୋନାଇଜେଶନ’ ସହ ସାମଞ୍ଜସ୍ୟ କରାଯାଇଛି ଏବଂ ଏହାକୁ ଚାଇନା ସମର୍ଥନ କରେ ବୋଲି ଉଲ୍ଲେଖ କରାଯାଛି। ସମ୍ପାଦକୀୟରେ କୁହାଯାଇଛି, ପୂର୍ବରୁ ଗୁଲାମିରେ ଥିବା ଦେଶ ଯେବେ ରାଜନୈତିକ ଭାବରେ ସ୍ବତନ୍ତ୍ର ହେବାକୁ ଚେଷ୍ଟା କରିଥାଏ ତେବେ ତା’କୁ ଆମେ ଡିକୋଲୋନାଇଜେସନ ବା ବେ-ଉପନିବେଶିକରଣ ବୋଲି କହିଥାଉ।

ଗ୍ଲୋବାଲ ଟାଇମ୍ସର ସମ୍ପାଦକୀୟ ଶୀର୍ଷକରେ ‘ଆମେ ଭାରତର ଡିକୋଲୋନାଇଜେସନକୁ ନୈତିକ ଏବଂ ଭାବନାତ୍ମକ ରୂପରେ ସମର୍ଥନ କରୁଛୁ’ ବୋଲି ଉଲ୍ଲେଖ କରାଯାଇଛି। ସେହିପରି କୁହାଯାଇଛି, ଏହି ନୂଆ କୋଠାକୁ ମୋଦିଙ୍କ ଶାସନର ସେଣ୍ଟ୍ରାଲ ଭିଷ୍ଟା ରିଡେଭଲପମେଣ୍ଟ ପ୍ରୋଜେକ୍ଟର ମୁଖ୍ୟ ପ୍ରୋଜେକ୍ଟ ଭାବରେ ବିବେଚନା କରାଯାଏ। ଯାହାର ଉଦ୍ଦେଶ୍ୟ ଭାରତର ରାଜଧାନୀକୁ ଉପନିବେଶ ଯୁଗରୁ ମୁକ୍ତ କରିବା। ମୋଦି ତାଙ୍କ ଭାଷଣରେ କହିଛନ୍ତି, ‘ନୂଆ ସଂସଦ ଭବନ କେବଳ ଏକ ବିଲ୍ଡିଂ ନୁହେଁ ବରଂ ଏହା ଏକ ଆତ୍ମନିର୍ଭରଶୀଳ ଭାରତର ସୂର୍ଯ୍ୟୋଦୟର ସାକ୍ଷୀ ହେବ’। ଏହି ବିଲ୍ଡିଂର ମୂଲ୍ୟ ପ୍ରାୟ ୧୨୦ ନିୟୁତ ଡଲାର ଏବଂ ଏଥିରେ ଜାତୀୟ ପ୍ରତୀକ ରୂପେ ମୟୂର, ପଦ୍ମ ଏବଂ ବରଗଛ ସ୍ଥାନ ପାଇଛି। ଯାହା ଭାରତର ପାରମ୍ପାରିକ ଇତିହାସ ଏବଂ ସଂସ୍କୃତିକୁ ପ୍ରତିଫଳିତ କରିଥାଏ। ଏହା ଭାରତ ସରକାରଙ୍କ ଡିକୋଲୋନାଇଜେସନ ଦିଗରେ ଏକ ବଡ ପଦକ୍ଷେପ।

ସମ୍ପାଦକୀୟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଭାରତରେ ଉପନିବେଶବାଦକୁ ହଟାଇବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଯେଉଁଥିରେ ପ୍ରତିଷ୍ଠିତ ବିଲ୍ଡିଂର ନାମ ପରିବର୍ତ୍ତନ କରାଯାଇ ଏହାକୁ ନୂଆ ରୂପ ଦିଆଯାଇଛି। ମୋଦି ସରକାର ଉପନିବେଶ ଇତିହାସ ସହ ଜଡିତ ବଜେଟ ପ୍ରଥାକୁ ପରିବର୍ତ୍ତନ କରିଛନ୍ତି। ଏଥିସହ ଇଂରାଜୀ ଭାଷାର ଆଧିକାରିକ ବ୍ୟକହାରକୁ ହ୍ରାସ କରି ହିନ୍ଦୀର ବ୍ୟବହାର ବୃଦ୍ଧି କରିଛନ୍ତି।

୧୯୬୮ ମସିହାରେ ଭାରତ ସରକାର ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ ସମ୍ମୁଖରେ ରାଜା ଜର୍ଜ ପଞ୍ଚମଙ୍କ ପ୍ରତିମୂର୍ତ୍ତିକୁ ହଟାଇଥିଲା। ପରେ ସେପ୍ଟେମ୍ବର ୮ ୨୦୨୨ରେ, ମୋଦି ସରକାର ଇଣ୍ଡିଆ ଗେଟ୍‌ ସମ୍ମୁଖରେ ଥିବା “ରାଜପଥ”କୁ “କର୍ତ୍ତବ୍ୟ ପଥ” ଭାବରେ ନାମକରଣ କରିଥିଲେ।

ଉପନିବେଶବାଦକୁ ନିଜ ସଂସ୍କୃତି ଏବଂ ଲୋକଙ୍କ ହୃଦୟରୁ ହଟାଇବା ହେଉଛି ଭାରତ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ। ଯାହା ନାମ ପରିବର୍ତ୍ତନ କରିବା ଅପେକ୍ଷା ଅଧିକ କଷ୍ଟକର। ଭାରତ ତା’ର ଲକ୍ଷ୍ୟକୁ ହାସଲ କରବା ନେଇ ସଫଳତା କାମନ କରୁଛୁ ବୋଲି ସମ୍ପାଦକୀୟରେ କୁହାଯାଇଛି। ଚାଇନାର ଖୁବ କମ୍‌ ଲୋକ ବିଶ୍ୱାସ କରନ୍ତି ଯେ, ଭାରତର ଆର୍ଥନୈତିକ ଏବଂ ସାମାଜିକ ବିକାଶ ଚୀନ ପାଇଁ ବିପଦ ହେବ। କିନ୍ତୁ ଅଧିକାଂଶ ସହମତି କରନ୍ତିି ଯେ, ଉଭୟ ଦେଶ ପାରସ୍ପରିକ ଭାବେ ସଫଳତା ହାସଲ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଟାର୍ଗେଟ କଲେ ଟ୍ରମ୍ପ, କହିଲେ ଆମେରିକା ନିକଟରେ ଅଛି…

ଓ୍ବାଶିଂଟନ,୨୮।୧୦: ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏକ ନିର୍ବାଚନ ରାଲିରେ କହିଛନ୍ତି ଯେ ଚାଇନା ସହିତ ବିବାଦ ହେଲେ ଆମେ ସେମାନଙ୍କୁ ପରାସ୍ତ...

ପ୍ରଧାନମନ୍ତ୍ରୀ ହିଁ ବନ୍ଦ କରିପାରିବେ ଯୁଦ୍ଧ, ମୋଦିଙ୍କ ଲିଡରଶିପକୁ ପ୍ରଶଂସା କଲେ ଜେଲନସ୍କି

କ୍ୱିଭ,୨୮।୧୦: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଅଢେଇ ବର୍ଷରୁ ଅଧିକ ସମୟ ବିତିଗଲାଣି। ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଲେଣି। ହେଲେ ଯୁଦ୍ଧ ବନ୍ଦ ହେବାର...

ଭାରତୀୟ ବଂଶୋଦ୍ଭବଙ୍କ ସହ ଆଜି ଦୀପାବଳି ପାଳିବେ ବାଇଡେନ

ଓ୍ବାଶିଂଟନ,୨୮ା୧୦: ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଦୀପାବଳିକୁ କେତେ ପସନ୍ଦ କରନ୍ତି ତାହା ସମଗ୍ର ବିଶ୍ୱ ପୂର୍ବରୁ ମଧ୍ୟ ଦେଖିସାରିଛି। ପ୍ରତିବର୍ଷ ଏଠାରେ ଦୀପାବଳିର...

ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ମାତ୍ର ୯ ଦିନ ବାକି। ହ୍ବାଇଟ୍‌ ହାଉସ୍‌ ପାଇଁ ୨ ପ୍ରତିଦ୍ୱନ୍ଦ୍ୱୀ ଉପରାଷ୍ଟ୍ରପତି କମଲା ହାରିସ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ...

ବାଂଲାଦେଶରେ ହିନ୍ଦୁ କର୍ମଚାରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି

କୋଲକାତା,୨୭ା୧୦: ବାଂଲାଦେଶରେ ଶେଖ୍‌ ହାସିନାଙ୍କ ସରକାରର ପତନ ପରେ ମୌଳବାଦୀ ସଂଗଠନଗୁଡ଼ିକର ଶକ୍ତି ବୃଦ୍ଧି ପାଇବା ସହ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢ଼ିଛି। ସରକାରୀ...

ଇରାନର ଅଣ୍ଟା ଭାଙ୍ଗିଦେଲା ଇସ୍ରାଏଲ୍‌, ଆକ୍ରମଣରେ କ୍ଷେପଣାସ୍ତ୍ର ଇନ୍ଧନ କାରଖାନା ଧ୍ୱଂସ

ତେହରାନ,୨୭।୧୦: ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱ ଇରାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି। ଏସବୁ ମଧ୍ୟରେ...

ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା

ଓ୍ବାଶିଂଟନ,୨୭ା୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେଠାରେ ବେଆଇନ ଭାବେ ପ୍ରବେଶ କରି ରହିଯାଇଥିବା ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି।...

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri