Categories: ଖେଳ

ବର୍ଷା ଯୋଗୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ବାତିଲ

ୱେଲିଂଟନ,୧୮।୧୧: ୱେଲିଂଟନରେ ପ୍ରବଳ ବର୍ଷା ହେତୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ବାତିଲ କରାଯାଇଛି। ବର୍ଷା ଯୋଗୁ ଟସ ମଧ୍ୟ ପଡିପାରି ନ ଥିଲା। ତେଣୁ ଅମ୍ପାୟାର ମ୍ୟାଚ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ସ୍ଥାନୀୟ ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ଚାରି-ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ଲଗାତର ବର୍ଷା ହେବାର ସମ୍ଭାବନା ରହିଛି। ତେବେ କଟ ଅଫ ସମୟ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି। ୨୦ ନଭେମ୍ବରରେ ସିରିଜର ଦ୍ୱିତୀୟ ଟି -୨୦ରେ ମାଉଣ୍ଟ ମାଉଙ୍ଗାନୁଇଠାରେ ଖେଳାଯିବ।

Share