Categories: ଖେଳ

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ: ବର୍ଷା ଯୋଗୁ ବଦଳିଲା ନିୟମ

ହାମିଲଟନ,୨୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ଦିନିକିଆ ହାମିଲଟନର ସିଡନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ବର୍ଷା ଯୋଗୁ ଏହି ମ୍ୟାଚ୍‌ରେ ନିୟମ ବଦଳିଛି। ଏହି ମ୍ୟାଚ୍‌ରେ ବର୍ତ୍ତମାନ ଉଭୟ ଇନିଂସ ୫୦ ବଦଳରେ ୨୦-୨୯ ଓଭର ହେବ।
ଟସ୍‌ ହାରି ଭାରତ ପ୍ରଥମେ ବ୍ୟାଟିଂ କରିବାର କିଛି ସମୟ ପରେ ବର୍ଷା ଯୋଗୁ ମ୍ୟାଚ ବନ୍ଦ ହୋଇଯାଇଥିଲା। ଖେଳ ବନ୍ଦ ହେବା ବେଳକୁ ଭାରତ କୌଣସି ଉଇକେଟ ହରାଇ ୪.୫ ଓଭରରେ ୨୨ ରନ ସଂଗ୍ରହ କରିଥିଲା। ଶୁଭମନ ଗିଲ ୨୧ ବଲରେ ୧୯ ରନ ସ୍କୋର କରିଛନ୍ତି। ଅଧିନାୟକ ଶିଖର ଧାୱନ ଆଠଟି ବଲରେ ଦଇ ରନ୍‌ କରି କ୍ରିଜ୍‌ରେ ଅଛନ୍ତି।
ଭାରତର ଉଇକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଖେଳୁଥିବା ଏକାଦଶରୁ ବାଦ୍‌ ପଡିଛନ୍ତି। ସଞ୍ଜୁଙ୍କ ସ୍ଥାନରେ ଏହି ମ୍ୟାଚରେ ଦୀପକ ହୁଡାଙ୍କୁ ସାମିଲ କରାଯାଇଛି। ଭାରତୀୟ ଦଳ ଏହି ମ୍ୟାଚ୍‌ ଜିତି ସିରିଜ୍‌ ବରାବର କରିବାକୁ ଚାହୁଁଛି।

Share