Categories: ଜାତୀୟ

ଭାରତରେ ଏବେ ୨ ଅନ୍ତର୍ଜାତୀୟ ନେତା: ଏଏପି ବିଧାୟକଙ୍କ କଥା ଶୁଣି ବିଧାନସଭାରେ ହାସ୍ୟରୋଳ

ନୂଆଦିଲ୍ଲୀ,୧୮।୮: ଦିଲ୍ଲୀ ବିଧାନସଭା ଅଧିବେଶନ ଚାଲିଛି। ଶୁକ୍ରବାର ଅଧିବେଶନ ଆରମ୍ଭ ହେବା ମାତ୍ରେ ଦିଲ୍ଲୀ ବିଧାନସଭାର ଉପବାଚସ୍ପତି ରାଖୀ ବିର୍ଲା ଗୃହ ସଦସ୍ୟମାନଙ୍କୁ ସୂଚନା ଦେଇ କହିଥିଲେ ଯେ, ଆଜି ଆମ ପାଇଁ ଖୁସିର ଦିନ। ଏଏପି ବିଧାୟକ ଅଜୟ ଦତ୍ତଙ୍କୁ କାମ୍ବୋଡିଆର ନିର୍ବାଚନ ଆୟୋଗ ଦ୍ୱାରା ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି। ଭାରତର ପ୍ରଥମ ବିଧାୟକ ଭାବେ ବିଦେଶରେ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ ହୋଇଛନ୍ତି।
ରାଜା ବିର୍ଲାଙ୍କ ଏହି ସୂଚନା ପରେ ନଜାଫଗଡର ଏଏପି ବିଧାୟକ କୈଲାଶ ଗେହଲଟର କହିଛନ୍ତି ଯେ, କାମ୍ବୋଡିଆରେ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ ହୋଇଥିବାରୁ ଅଜୟ ଦତ୍ତ ଜୀଙ୍କୁ ଅନେକ ଅଭିନନ୍ଦନ। ବର୍ତ୍ତମାନ ଆମ ଦେଶରେ ଦୁଇଜଣ ଅନ୍ତର୍ଜାତୀୟ ନେତା ଅଛନ୍ତି। ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟଟି ହେଉଛି ଆମ ଆଦମୀ ପାର୍ଟିର ବିଧାୟକ ଅଜୟ ଦତ୍ତ। ତାଙ୍କ ବିବୃତ୍ତିରେ ଗୃହରେ ହାସ୍ୟାରୋଳ ପରିବେଶ ସୃଷ୍ଟି ହୋଇଥିଲା।

Share