Categories: ଖେଳ

ଭାରତ ନମ୍ବର ଓ୍ବାନ

ନୂଆଦିଲ୍ଲୀ, ୨୩।୯: କ୍ରିକେଟର ୩ ଫର୍ମାଟ, ଟେଷ୍ଟ, ଦିନିକିଆ ଓ ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତ ନମ୍ବର ଓ୍ବାନ ହୋଇ ଇତିହାସ ରଚିଛି। ପୂର୍ବରୁ ଟେଷ୍ଟ ଓ ଟି୨୦ରେ ଭାରତ ଶୀର୍ଷରେ ଥିବାବେଳେ ଶୁକ୍ରବାର ମୋହାଲିରେ ଅଷ୍ଟ୍ରେଲିଆକୁ ହରାଇବାପରେ ଦିନିକିଆରେ ମଧ୍ୟ ନମ୍ବର ଓ୍ବାନ ହୋଇଛି। ପୂର୍ବରୁ ଥିବା ପାକିସ୍ତାନକୁ ଭାରତ ୨ ନମ୍ବର ସ୍ଥାନକୁ ଠେଲି ଦେଇଛି। ଭାରତ ୧୧୬ ପଏଣ୍ଟ ସହିତ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ପାକିସ୍ତାନ ୧୧୫ ଓ ଅଷ୍ଟ୍ରେଲିଆ ୧୧୧ ପଏଣ୍ଟ ପାଇ ପରବର୍ତ୍ତୀ ୨ ସ୍ଥାନରେ ରହିଛନ୍ତି। ସେହିପରି ଟେଷ୍ଟରେ ଭାରତ ୧୧୮ ପଏଣ୍ଟ ସହିତ ଶୀର୍ଷରେ ରହିଛି। ଅଷ୍ଟ୍ରେଲିଆ ସମାନ ୧୧୮ ଓ ଇଂଲଣ୍ଡ ୧୧୫ ପଏଣ୍ଟ ସହିତ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୨୬୪ ପଏଣ୍ଟ ସହିତ ପ୍ରଥମ, ଇଂଲଣ୍ଡ ୨୫୯ ସହ ଦ୍ୱିତୀୟ ଓ ନ୍ୟୁଜିଲାଣ୍ଡ ୨୫୫ ପଏଣ୍ଟରେ ରହି ତୃତୀୟ ସ୍ଥାନ ଅଧିକାର କରିଛି। ଫଳରେ ଭାରତ ଏବେ ୩ଟି ଯାକ ଫର୍ମାଟରେ ଶ୍ରେଷ୍ଠ ଦଳର ମାନ୍ୟତା ପାଉଛି।

Share