Categories: ଜାତୀୟ

୧୮ ତେଜସ୍‌ ଲଢ଼ୁଆ ବିମାନ ବିକିବ ଭାରତ

ନୂଆଦିଲ୍ଲୀ,୬।୮: ଭାରତ ମାଲେସିଆକୁ ୧୮ଟି ତେଜସ୍‌ ହାଲୁକା ଲଢ଼ୁଆ ବିମାନ(ଏଲ୍‌ସିଏ) ବିକ୍ରି କରିବା ଲାଗି ପ୍ରସ୍ତାବ ଦେଇଛି। ଏହା ବ୍ୟତୀତ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଇଜିପ୍ଟ, ଆମେରିକା, ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସ ମଧ୍ୟ ଏହି ସିଙ୍ଗଲ୍‌ ଇଞ୍ଜିନ୍‌ ଯୁଦ୍ଧବିମାନ କିଣିବାକୁ ଆଗ୍ରହୀ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦୨୩ ସୁଦ୍ଧା ୮୩ଟି ତେଜସ୍‌ ନିର୍ମାଣ ଲାଗି ସରକାର ଗତବର୍ଷ ହିନ୍ଦୁସ୍ତାନ ଏରୋନଟିକ୍ସ ଲିଃକୁ ୬ ବିଲିୟନ ଡଲାରର ଠିକା ଦେଇଥିଲେ। ଭାରତ ସରକାର ପ୍ରତିରକ୍ଷା ଉପକରଣ ପାଇଁ ବିଦେଶ ଉପରେ ନିର୍ଭରଶୀଳତା କମାଇବା ସହ ଯୁଦ୍ଧବିମାନ ବିକ୍ରି ଲାଗି ଘରୋଇ ଉଦ୍ୟମ ଜାରି ରଖିଛନ୍ତି।

Share