Posted inଖେଳ

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ:ଜାଣନ୍ତୁ କେଉଁଠି, କେତେବେଳେ ଦେଖିପାରିବେ ମ୍ୟାଚ୍‌

ହାଇଦ୍ରାବାଦ, ୧୨।୧୦ (ପି.ଟି.):ଭାରତ ଓ ବାଂଲାଦେଶ ମଧ୍ୟରେ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ପ୍ରଥମ ୨ଟି ଗେମ୍‌ ଜିତି ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ସାରିଛି। ତେଣୁ ଆସନ୍ତା ମ୍ୟାଚରେ ରିଜର୍ଭ ଖେଳାଳିଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି। ଦିଲ୍ଲୀରେ ଅନୁଷ୍ଠିତ ଗତ ମ୍ୟାଚରେ ନୀତୀଶ କୁମାର ରେଡ୍ଡୀ ଉଭୟ ବ୍ୟାଟ୍‌ ଓ ବଲ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି, ତେଣୁ ତାଙ୍କ ଉପରେ ନଜର ରହିବ। ସେହିପରି ଦ୍ରୁତ ବୋଲର ମୟଙ୍କ ଯାଦବ ଓ ସଫଳ ପ୍ରତ୍ୟାବର୍ତ୍ତନକାରୀ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ପ୍ରଭାବୀ ବୋଲିଂ କରିବାରେ ସକ୍ଷମ ହୋଇଛନ୍ତି। ଓପନିଂକୁ ନେଇ ଭାରତର ଚିନ୍ତା ରହିଛି। ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଏପର୍ଯ୍ୟନ୍ତ ଦକ୍ଷତା ଅନୁସାରେ କ୍ଲିକ୍‌ କରିନାହାନ୍ତି। ଚଳିତ ସିରିଜରେ ସାମସନଙ୍କୁ ଇନିଂସ ଓପନର ସୁଯୋଗ ମିଳିଛି। ବିସ୍ଫୋରକ ବ୍ୟାଟିଂ ଜରିଆରେ ପାଓ୍ବାର ପ୍ଲେର ଫାଇଦା ନେବାକୁ ତାଙ୍କ ନିକଟରେ ସୁଯୋଗ ରହିଛି। ମାତ୍ର ୨ଟି ମ୍ୟାଚରେ ସେ ୧୯ବଲ୍‌ରୁ ୨୯ ଓ ୭ ବଲ୍‌ରୁ ୧୦ ରନ କରିବାକୁ ସକ୍ଷମ ହୋଇଛନ୍ତି। ତେଣୁ ଆଗାମୀ ମ୍ୟାଚରେ ଦ୍ୱିତୀୟ ପସନ୍ଦ ଉଇକେଟ କିପର ଜୀତେଶ ଶର୍ମାଙ୍କ ଉପରେ ଚୟନକର୍ତ୍ତାଙ୍କ ନଜର ପଡ଼ିପାରେ। ସେହିପରି ଧୂଆଁଧାର ବ୍ୟାଟିଂ ପାଇଁ ପରିଚିତ ଅଭିଷେକ ଏପର୍ଯ୍ୟନ୍ତ ସଫଳ ହୋଇ ନାହାନ୍ତି। ସେ ୨ ମ୍ୟାଚରେ ଯଥାକ୍ରମେ ୧୫ ଓ ୧୬ ରନ କରିଛନ୍ତି। ଓପନରଙ୍କ ବିଫଳତା ଯୋଗୁ ମିଡିଲ ଅର୍ଡର ବ୍ୟାଟରଙ୍କ ଉପରେ ଚାପ ବଢ଼ୁଛି। ସେହିପରି ଅପେକ୍ଷା କରି ରହିଥିବା ଲେଗ୍‌ ସ୍ପିନର ରବି ବିଷ୍ଣୋଇ ଓ ଅଲ୍‌ ରାଉଣ୍ଡର ହର୍ଷିତ ରାଣାଙ୍କୁ ସୁଯୋଗ ମିଳୁଛି କି ନାହିଁ ତା’ ଉପରେ ନଜର ରହିଛି।

ଏହି ମ୍ୟାଚ୍‌ Sports18 Network ରେ ଦେଖିପାରିବେ। ଏହାସହ JioCinemaରେ ଲାଇଭ୍‌ ଷ୍ଟ୍ରିମିଂ ମଧ୍ୟ ଦେଖିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

BJD: ନବୀନ ନିବାସରେ ହେଲା ଫାଇନାଲ, କାଲି ବଡ଼ ଘୋଷଣା!

ଭୁବନେଶ୍ୱର,୧୮।୪: ବିଜୁ ଜନତା ଦଳ (ବିଜେଡି) ସଂଗଠନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ...

ଶସ୍ତାରେ ମିଳୁଛି ଭଡା ଘର, 1 BHK ଫ୍ଲାଟ ପାଇଁ ଦେବାକୁ ପଡିବ…

ନୂଆଦିଲ୍ଲୀ,୧୮।୪: ଭାରତର ବିଭିନ୍ନ ସହରରେ ଘର ଭଡାର ମୂଲ୍ୟ ଦିନକୁ ଦିନ ବଢୁଛି। ତେବେ କେତେକ ଛୋଟ ଓ ମଧ୍ୟମ ସହରରେ ଭଡା ମୂଲ୍ୟ ଏବେ...

ଅପହୃତା ନାବାଳିକା ଭୁବନେଶ୍ୱରରୁ ଉଦ୍ଧାର: ଜେଲ ଗଲେ…

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରୁ ଅପହୃତ କରାଯାଇଥିବା ଜଣେ ନାବାଳିକାଙ୍କୁ ପାଟପୁର ପୋଲିସ ଭୁବନେଶ୍ୱରସ୍ଥିତ ଏକ ଘରୁ ଉଦ୍ଧାର କରିଛି।...

Starlink: ଷ୍ଟାରଲିଙ୍କ୍‌ ଆସିବା ପରେ ଭାରତକୁ କ’ଣ ମିଳିବ ଫାଇଦା, କେବେ ମିଳିବ ଭାରତୀୟଙ୍କୁ ସୁବିଧା

ନୂଆଦିଲ୍ଲୀ,୧୮।୪:ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସେବା ଭାରତ ଆସିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ଷ୍ଟାରଲିଙ୍କ ଭାରତୀୟ ଟେଲିକମ କମ୍ପାନୀ ଜିଓ ଏବଂ ଏୟାରଟେଲ ସହିତ ହାତ ମିଳାଇଛି।...

UPI ଉପରେ ଲାଗିବନି GST, ଡିଜିଟାଲ ପେମେଣ୍ଟ ଉପରେ ଟିକସ ନାହିଁ ବୋଲି ସ୍ପଷ୍ଟ କଲା କେନ୍ଦ୍ର

ନୂଆଦିଲ୍ଲୀ,୧୮।୪: UPI ଉପରେ ଲାଗିବନି GST। କେନ୍ଦ୍ର ସରକାର ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ GST ଲାଗୁ କରିବାକୁ ଯୋଜନା କରୁଥିବା...

ବ୍ୟାଙ୍କ୍‌ ଆକାଉଣ୍ଟରେ ଏତେ ଟଙ୍କା ରଖିଲେ ଦେବାକୁ ପଡିପାରେ ଟିକସ? ଜାଣି ନିଅନ୍ତୁ ନ ହେଲେ…

ଆଜିକାଲି, ଅନଲାଇନ ଟଙ୍କା କାରବାର ବୃଦ୍ଧି ପାଉଛି। ଏହାର ଅର୍ଥ ହେଉଛି ଯେ ଅନେକ ଲୋକ ସଞ୍ଚୟ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି। ଏକ ସଞ୍ଚୟ...

IPL ୨୦୨୫: ପୁଣି ବଦଳିବେ ରାଜସ୍ଥାନ ରୟାଲ୍ସ ଅଧିନାୟକ? ସାମସନଙ୍କ ଯୋଗୁ ନେବାକୁ ପଡ଼ିପାରେ…

ନୂଆଦିଲ୍ଲୀ,୧୮।୪: ୨୦୨୫ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଏପର୍ଯ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ଏବେ ଦଳରେ ଏକ ନୂତନ ସମସ୍ୟା ସୃଷ୍ଟି ହୋଇଛି। ସିଜିନ ମଝିରେ...

Bank Nomination Rules: ଏବେ ଉତ୍ତରାଧିକାରୀ ପାଇବେ ଏହି ହିସାବରେ ଟଙ୍କା! ବ୍ୟାଙ୍କ ନୋମିନିରେ ବଦଳିଲା ନିୟମ

ଟଙ୍କା ଏବଂ ଅଳଙ୍କାର ରଖିବା ପାଇଁ ବ୍ୟାଙ୍କ ଲକରକୁ ଏକ ସୁରକ୍ଷିତ ସ୍ଥାନ ଭାବରେ ବିବେଚନା କରାଯାଏ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image