ବିଶ଼୍ବସ୍ତରରେ ଭାରତକୁ ବଡ଼ ସଫଳତା, ବଢ଼ିଲା ଶକ୍ତି

ନୂଆଦିଲ୍ଲୀ, ୨୬।୦୬: ଆନ୍ତର୍ଜାତିକ ସ୍ତରରେ ଭାରତକୁ ଏକ ବଡ଼ ସଫଳତା ମିଳିଛି । ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ତଥା ଅର୍ଥ ହେରଫେର ଭଳି ଘଟଣାରେ ଅଙ୍କୁଶ ଲଗାଉଥିବା ବିଶ଼୍ବ ସ୍ତରର ସଂସ୍ଥା ଫାଇନାନ୍ସିଆଲ୍‌ ଆକ୍ସନ ଟାସ୍କ ଫୋର୍ସ ବା ଏଫ୍‌ଏଟିଏଫ୍‌ ଭାରତକୁ ରେଗୁଲାର ଫଲୋଅପ୍‌ କ୍ୟାଟେଗୋରୀରେ ସାମିଲ୍‌ କରିଛି । ଭାରତ ୫ମ ଦେଶ ଭାବେ ଏହି ସୂଚୀରେ ରହିଛି । ଭାରତ ଛଡ଼ା ଜି-୨୦ ସମୂହର ୪ ଅନ୍ୟ ଦେଶ ମଧ୍ୟ ଏଥିରେ ରହିଛନ୍ତି । ଏଫ୍‌ଏଟିଏଫ୍‌ର ସୁପାରିଶ ଏବଂ ଗାଇଡ୍‌ଲାଇନ୍‌କୁ ବିଶ଼୍ବର ୨୦୦ ଦେଶ ପାଳନ କରୁଛନ୍ତି । ଏହି କ୍ରମରେ ଭାରତ ଏବେ ବିଶ଼୍ବ ସମୁଦାୟକୁ ଗାଇଡ୍‌ଲାଇନ୍‌ ପ୍ରଦାନ କରିବା ନେଇ ସମ୍ଭାବନା ରହିଛି । ୨୦୦ ଦେଶ ମଧ୍ୟରେ ପାକିସ୍ତାନ ମଧ୍ୟ ରହିଛି ।

ସିଙ୍ଗାପୁରରେ ୨୬ରୁ ୨୮ ଜୁନ୍‌ ମଧ୍ୟରେ ହୋଇଥିବା ବୈଠକରେ ଏଫ୍‌ଏଟିଏଫ୍‌ ଭାରତ ପକ୍ଷରୁ ଜାରି କରାଯାଇଥିବା ମ୍ୟୁଚୁଆଲ୍‌ ଇଭାଲ୍ୟୁଏସନ୍‌ ରିପୋର୍ଟକୁ ସ଼୍ବୀକାର କରିଛି । ଏଥିସହିତ ଭାରତକୁ ରେଗୁଲାର ଫଲୋଅପ୍‌ କ୍ୟାଟେଗୋରୀରେ ଅନ୍ତର୍ଭୁକ୍ତ କରିଛି ।

ଏହି ବୈଠକରେ ଏଫ୍‌ଏଟିଏଫ୍‌ ଅର୍ଥ ହେରଫେର ତଥା ଆତଙ୍କବାଦୀ ପାଣ୍ଠି ଯୋଗାଣ ବିରୋଧରେ ଭାରତ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛି ଏବଂ ଦୁର୍ନୀତି, ଠକେଇ ଓ ସଂଗଠିତ ଅପରାଧକୁ ରୋକିବା ପାଇଁ ଭାରତର ରଣନୀତିକୁ ପ୍ରଶଂସା କରିଛି। ଜନ ଧନ ଯୋଜନା ପରି ବିଭିନ୍ନ ଯୋଜନା ଆରମ୍ଭ କରିଛି ଭାରତ । ଏଥିସହିତ ମୋବାଇଲ ନମ଼୍ବର ସହ ଆଧାର ପରିଚୟ ପତ୍ର ଯୋଡିଛି ଭାରତ ା ଯାହା ଟଙ୍କା କାରବାର ଉପରେ ନଜର ରଖିବାରେ ଲାଭଦାୟକ ହେବ । ଡିଜିଟାଲ କାରବାରର ବୃଦ୍ଧି ସହିତ ଆର୍ଥିକ ଗତିବିଧି ଉପରେ ନଜର ରଖାଯାଇ ଆତଙ୍କବାଦୀ ପାଣ୍ଠି ଯୋଗାଣକୁ ନେଇ ଭାରତର କଡା କାର୍ଯ୍ୟାନୁଷ୍ଠାନକୁ ଏଥିରେ ପ୍ରଶଂସା କରାଯାଇଛି ।

Share