କେବଳ ଦେଶ ଗଣତାନ୍ତ୍ରିକ ନୁହେଁ, ଅନୁଷ୍ଠାନଗୁଡିକ ମଧ୍ୟ ସ୍ବାଧୀନ ଭାବେ କାମ କରନ୍ତି: ବିକ୍ରମ ଡୋରେସ୍ବାମୀ

ଲଣ୍ଡନ/ଭାରତ,୪।୮: ଭାରତ ହେଉଛି ବିଶ୍ୱର ଅନ୍ୟତମ ସମନ୍ବିତ ତଥା ଯୁକ୍ତିଯୁକ୍ତ ଗଣତାନ୍ତ୍ରିକ ରାଷ୍ଟ୍ର, ଯେଉଁଠାରେ ଅନୁଷ୍ଠାନମାନେ ସ୍ବାଧୀନ ହୋଇ କାମ କରନ୍ତି। ଲଣ୍ଡନରେ ଏକ ବିଶେଷ କାର୍ଯ୍ୟକ୍ରମରେ ଭାରତୀୟ ଉଚ୍ଚ ଆୟୁକ୍ତ ବିକ୍ରମ ଡୋରେସ୍ବାମୀ ଏପରି କହିଛନ୍ତି।

ଭାରତ ସ୍ବାଧୀନତାର ୭୬ ତମ ବାର୍ଷିକୀ ଉତ୍ସବ ଅବସରରେ ସେ ଭାରତୀୟ ବିଦ୍ୟା ଭବନରେ ମୁଖ୍ୟ ଅତିଥି ଭାବରେ ସମ୍ବୋଧିତ କରିଥିଲେ। ସେ କହିଛନ୍ତି, ସମସ୍ତ ଜଟିଳତା ଏବଂ ଆହ୍ବନ ସତ୍ତ୍ୱେ ଭାରତ ଏକ ସମନ୍ବିତ ତଥା କାର୍ଯ୍ୟକ୍ଷମ ଗଣତନ୍ତ୍ର ଅଟେ। ଏହା କେବଳ ଏକ ନିର୍ବାଚନୀ ଗଣତନ୍ତ୍ର ନୁହେଁ, ବରଂ ଏକ ଗଣତନ୍ତ୍ର ଯେଉଁଥିରେ ଅନୁଷ୍ଠାନଗୁଡିକ ସ୍ବାଧୀନ ଅଟନ୍ତି।

Share