Categories: ଖେଳ

ଅନ୍ତିମ ମ୍ୟାଚ୍‌ରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଫ୍ଳୋରିଡା,୧୩।୮: ଫ୍ଲୋରିଡାର ସେଣ୍ଟ୍ରାଲ ବ୍ରାଉଡର୍‌ ରିଜିଓନାଲ ପାର୍କ ଷ୍ଟାଡିୟମରେ ରବିବାର ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳା ଯାଉଥିବା ଟି -୨୦ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚରେ ଭାରତର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।

ସମ୍ପ୍ରତି ସିରିଜ ୨-୨ରେ ବରାବର ରହିଛି। ପ୍ରଥମ ଦୁଇଟି ମ୍ୟାଚ ୱିଣ୍ଡିଜ ଜିତିଥିଲା। ହେଲେ ଭାରତ ପ୍ରତ୍ୟାବର୍ତ୍ତନ କରି ତୃତୀୟ ଏବଂ ଚତୁର୍ଥ ମ୍ୟାଚ ବିଜିୟୀ ହୋଇଥିଲା। ବର୍ତ୍ତମାନ ସିରିଜର ଅନ୍ତିମ ମ୍ୟାଚ୍‌ ବେଶ ନିର୍ଣ୍ଣାୟକ ହେବ।

Share