Categories: ଖେଳ

ଟସ୍‌ ଜିତିଲା ଭାରତ

ପୋର୍ଟ ଅଫ୍‌ ସ୍ପେନ୍‌,୨୭।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ତ୍ରିନିଦାଦର କ୍ୱିନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଅଧିନାୟକ ଶିଖର ଧାୱନ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଆବେଶ ଖାନଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସୁଯୋଗ ମିଳିଛି।
ପୂର୍ବରୁ ସିରିଜ୍‌ ଜିତି ସାରିଥିବା ଭାରତୀୟ ଦଳ ଏହି ମ୍ୟାଚ୍‌ ଜିତି ସିରିଜ୍‌ କ୍ଲିନ୍‌ସୁଇପ୍‌ କରିବାକୁ ଚାହୁଁଥିବାବେଳେ କାରିବିଆନ ଦଳ ଶେଷ ମ୍ୟାଚ ଜିତି ସମ୍ମାନ ବଞ୍ଚାଇବାକୁ ଚାହିଁବ। ଚଳିତ ସିରିଜ୍‌ର ପ୍ରଥମ ଦିନିକିଆକୁ ୩ ରନ୍‌ ଏବଂ ଦ୍ୱିତୀୟ ମ୍ୟାଚ୍‌କୁ ୨ ଉଇକେଟ୍‌ରେ ଜିତିଥିଲା।

Share