Categories: ଖେଳ

ଟସ୍‌ ଜିତି ଭାରତର ବ୍ୟାଟିଂ ଜାରି

ସାଉଥମ୍ପଟନ,୭।୭: ସ୍ଥାନୀୟ ରୋଜ ବାଉଲ ଷ୍ଟାଡିୟମରେ ଗୁରୁବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଗୁରୁବାର ପ୍ରଥମ ମ୍ୟାଚ ଆରମ୍ଭ ହୋଇଯାଇଛି। ଭାରତ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ଖେଳ ସୁଦ୍ଧା ଭାରତ ୧୦ ଓଭରରେ ୩ ଉଇକେଟ ହରାଇ ୧୦୫ ରନ୍‌ କରିଛି। ଅଧିନାୟକ ରୋହିତ ଏବଂ ଇଶାନ କିଷନ ଓପନିଂ କରି ଭଲ ଷ୍ଟାଟ ଦେଇଥିଲେ। ହେଲେ ରୋହିତ ୨୪ ରନ୍‌ କରି ଆଉଟ ହୋଇଥିବା ବେଳେ ଇଶାନ ମାତ୍ର ୮ ରନ୍‌ କରିଥିଲେ। ଦୀପକ ହୁଡ଼ା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ କାନ୍ଧରେ ଦାୟିତ୍ୱ ପଡିଥିବା ବେବେ ଦୀପକ ୩୩ ରନ୍‌ କରି ଆଉଟ ହୋଇଯାଇଥିଲେ। ସୂର୍ଯ୍ୟକୁମାର ୨୫ ରନ୍‌ କରି କ୍ରିଜ୍‌ରେ ରହିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରିବାକୁ ଆସିଛନ୍ତି।

 

Share